ଦିଲ୍ଲୀ: ଅଗଷ୍ଟ ୩୧: ତେଲୁଗୁ ଅଭିନେତ୍ରୀ ରଶ୍ମିକାଙ୍କର ପ୍ରଥମ ବଲିଉଡ୍ ସିନେମା । ସେ ସିନେମା ‘ମିଶନ୍ ମଞ୍ଜୁ’ରେ ନିଜର ବି ଟାଉନ୍ ଡେବୁ୍ୟ କରିବାକୁ ଯାଉଛନ୍ତି । ସିନେମାର ସୁଟିଂ ସରିଥିବା ନେଇ ନିଜେ ରଶ୍ମିକା ସୂଚନା ଦେଇଛନ୍ତି । ମିଶନ୍ ମଞ୍ଜୁରେ ରଶ୍ମିକାଙ୍କ ସହିତ ସିଦ୍ଧାର୍ଥ ମଲହୋତ୍ରା ନଜର ଆସିବେ । ଶାନ୍ତନୁ ବାଗଚିଙ୍କ ନିର୍ଦ୍ଦେଶିତ ଏହି ସିନେମାରେ ସିଦ୍ଧାର୍ଥ ଓ ରଶ୍ମିକାଙ୍କ ବ୍ୟତିତ ଶରିବ ହାସମି, ପ୍ରମିତ୍ ସେଠୀ, ଅନନ୍ତ ମହାଦେବନ ଓ କୁମୁଦ ମିଶ୍ର ପ୍ରମୁଖ ଅଭିନୟ କରିଛନ୍ତି । ସିନେମାଟିର କାହାଣୀ ଏକ ଜାସୁସ୍ କାହାଣୀକୁ ନେଇ ନିର୍ମାଣ କରାଯାଇଛି । ସିନେମାକୁ ନେଇ ପୁରା ଷ୍ଟାରକାଷ୍ଟ ଓ ଟିମ୍ ବେଶ୍ ଆଶା ବାଦୀ ଅଛନ୍ତି । ୧୯୭୦ରେ ହୋଇଥିବା ଏକ ସତ ଘଟଣା ଉପରେ ସିନେମାଟିର କାହାଣୀ ଆଧାରିତ । ସେହିଭଳି ସିନେମାକୁ ନେଇ ରଶ୍ମିକା ବେଶ୍ ଉତ୍ସାହିତ ଅଛନ୍ତି । ସାଉଥ୍ରେ ସେ ସୁପରଷ୍ଟାର ହୋଇଥିବା ବେଳେ ନିଜର ବଲିଉଡ୍ ଡେବୁ୍ୟକୁ ନେଇ ମଧ୍ୟ ଆଶାବାଦୀ ଅଛନ୍ତି । ନିିଜର ଅପକମିଂ ସିନେମାରେ ସେ ସାଉଥ୍ ଭଳି ବି ଟାଉନ୍ର ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇପାରିବେ ବୋଲି ଆଶା କରିଛନ୍ତି ରଶ୍ମିକା ।

Comments are closed.