ବରିଷ୍ଠ ସାମ୍ବାଦିକ ଶଙ୍କର୍ଷଣ ଠାକୁରଙ୍କ ପରଲୋକ

0

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲେଖକ ଶଙ୍କର୍ଷଣ ଠାକୁରଙ୍କର ଆଜି ୬୩ ବର୍ଷ ବୟସରେ ପରଲୋକ ଘଟିଛି। ଶଙ୍କର୍ଷଣ ଠାକୁର ହେଉଛନ୍ତି ଦି ଟେଲିଗ୍ରାଫର ସମ୍ପାଦକ। ଦୀର୍ଘଦିନର ଅସୁସ୍ଥତା ପରେ ସେ ଗୁରଗ୍ରାମର ଏକ ହସ୍ପିଟାଲ୍‌ରେ ଆଜି ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୬୨ରେ ପାଟନାରେ ଜନ୍ମ ହୋଇଥିବା ଠାକୁର ବରିଷ୍ଠ ସାମ୍ବାଦିକ ଜନାର୍ଦ୍ଧନ ଠାକୁରଙ୍କ ପୁଅ। ପାଟନା ସେଣ୍ଟ ଜାଭିୟରରେ ସେ ତାଙ୍କ ପ୍ରାରମ୍ଭିକ ଶିକ୍ଷା ଗ୍ରହଣ କରିଥିଲେ ଏବଂ ପରେ ଦିଲ୍ଲୀ ଆସି ଅଧ୍ୟୟନ କରିଥିଲେ। ଠାକୁର ୧୯୮୪ରେ ସନ୍‌ଡେ ମାଗାଜିନରୁ ସାମ୍ବାଦିକତା କ୍ୟାରିୟର ଆରମ୍ଭ କରିଥିଲେ। ଦି ଇଣ୍ଡିଆନ ଏକ୍ସପ୍ରେସ୍‌, ତେହେଲକା ଏବଂ ଦି ଟେଲିଗ୍ରାଫରେ ସେ କାମ କରିଛନ୍ତି। ଶଙ୍କର୍ଷଣଙ୍କ ମୃତ୍ୟୁରେ ଜମ୍ମୁ କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା, କ‌ଂଗ୍ରେସ ନେତା‌ ଜୟରାମ ରମେଶ ଏବଂ ଆର୍‌ଜେଡି ନେତା ମ‌ନୋଜ କୁମାର ଝାଙ୍କ ସମେତ ଅନେକ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

Govt
Leave A Reply

Your email address will not be published.