ବନ୍ୟା ରିଲିଫ୍‌ କିଟ୍‌ରେ ଏକନାଥ ସିନ୍ଦେଙ୍କ ଫଟୋକୁ ବିରୋଧ

ମୁମ୍ବାଇ: ମହାରାଷ୍ଟ୍ର‌ରେ ବନ୍ୟା ପ୍ରଭାବିତ ପରିବାରଙ୍କୁ ପ୍ରଦାନ କରାଯାଉଥିବା ରିଲିଫ୍‌ କିଟ୍‌ରେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏବଂ ଅନ୍ୟ ନେତାମାନଙ୍କ ଫଟୋ ଥିବାରୁ ଏହାକୁ ‌‌ନେଇ ବଡ଼ ଧରଣର ରାଜନୈତିକ ବିବାଦ ସୃଷ୍ଟି ହୋଇଛି। ଅପ୍ରତ୍ୟାଶିତ ବର୍ଷା ଏବଂ ବନ୍ୟା ଯୋଗୁ ରାଜ୍ୟର ଏକ ବଡ଼ ଅଂଶ ଏବେ ଅତି ସଙ୍କଟରେ ଥିବାବେଳେ ଏହି ସମୟରେ ରାଜ୍ୟ ସରକାର ସାହାଯ୍ୟ ଦେଇ ଶ୍ରେୟ ନେବାକୁ ଚେଷ୍ଟା କରୁଛନ୍ତି ବୋଲି ବିରୋଧୀ ଦଳ ନେତାମାନେ ଅଭିଯୋଗ କରିଛନ୍ତି। ଉଲ୍ଳେଖ‌ଯୋଗ୍ୟ, ମହାରାଷ୍ଟ୍ରର ମରାଠାୱାଡ଼ା ଅଞ୍ଚଳରେ ବନ୍ୟା ବିପର୍ଯ୍ୟୟ ସୃଷ୍ଟି କରିଛି। ଏହି ଅଞ୍ଚଳ‌ରେ ବନ୍ୟା ପ୍ରଭାବିତଙ୍କ ପାଇଁ ବଣ୍ଟାଯାଉଥିବା କିଟ୍‌ରେ ଏକନାଥ ସିନ୍ଦେ ଏବଂ ଅନ୍ୟ ରାଜନେତାଙ୍କ ଫଟୋ ଥିବାରୁ ଏହାକୁ ନେଇ ବିବାଦ ହୋଇଛି। ଉଦ୍ଧବ ଠାକ୍‌ରେଙ୍କ ନେତୃତ୍ବାଧୀନ ଶିବସେନା (ୟୁବିଟି) ଏବଂ ରାଜ୍‌ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା ଉକ୍ତ କାର୍ଯ୍ୟକୁ କଡ଼ା ନିନ୍ଦା କରିଛନ୍ତି। ଉଦ୍ଧବ ସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, ବନ୍ୟା ପୀଡ଼ିତଙ୍କୁ ରିଲିଫ୍‌ ଦେବା ବଦଳରେ ଏହା କେବଳ ଶ୍ରେୟ ଗୋଟା‌ଇବାପାଇଁ ଏକ ପ୍ରୟାସ।

Launching Ceremony of “AYUSHMAN BHARAT

Comments are closed.