ନୂଆଦିଲ୍ଲୀ: ଜମ୍ମୁ ଏବଂ ପଞ୍ଜାବର ଆଗୁଆ ଅଞ୍ଚଳରେ ଭୀଷଣ ବନ୍ୟା ଯୋଗୁଁ ୧୧୦ କିମିରୁ ଊର୍ଦ୍ଧ୍ବ ଭାରତ-ପାକିସ୍ତାନ ସୀମା ତାରବାଡ଼ ଏବଂ ୯୦ ବିଏସଏଫ୍ ପୋଷ୍ଟ୍ କ୍ଷତିଗ୍ରସ୍ତ ହୋଇଛି। ୨୨୮୯ କିମି ଅନ୍ତର୍ଜାତୀୟ ସୀମା ଯାହା ଦେଶର ପଶ୍ଚିମ ଅଂଶରେ ରାଜସ୍ଥାନ ଏବଂ ଗୁଜରାଟକୁ ମଧ୍ୟ ଲମ୍ବିଛି, ସେଥିରୁ ଜମ୍ମୁରେ ୧୯୨ କିମି ଏବଂ ପଞ୍ଜାବରେ ୫୫୩ କିମି ରହିଛି। ପଞ୍ଜାବରେ ପ୍ରାୟ ୮୦ କିମି ଅନ୍ତର୍ଜାତୀୟ ସୀମା ବାଡ଼ ଏବଂ ଜମ୍ମୁରେ ପ୍ରାୟ ୩୦ କିମି ଅନ୍ତର୍ଜାତୀୟ ସୀମାବାଡ଼ ବନ୍ୟା ଯୋଗୁଁ ନଷ୍ଟ ହୋଇଯାଇଛି। ବନ୍ୟା ଯୋଗୁ ଜମ୍ମୁରେ ୨୦ ବିଏସ୍ଏଫ୍ ପୋଷ୍ଟ୍, ପଞ୍ଜାବରେ ୬୫-୬୭ ବିଏସ୍ଏଫ୍ ପୋଷ୍ଟ ବୁଡ଼ାଇ ଦେଇଛି। ସୀମା ସୁରକ୍ଷା ବାହିନୀ ପକ୍ଷରୁ ଉକ୍ତ ୨ଟି ଅଞ୍ଚଳରେ ସୁରକ୍ଷା ବାଡ଼ ଗୁଡ଼ିକୁ ପୁଣିଥରେ ବ୍ୟବସ୍ଥିତ କରିବାପାଇଁ ଉଦ୍ୟମ ଆରମ୍ଭ ହୋଇଛି।
