ବନ୍ୟାଞ୍ଚଳ ବୁଲି ପାଠପଢା ସ୍ଥିତି ତଦାରଖ କଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ବର୍ଷା ଜାରି ରହିଛି। ଏଥିପାଇଁ ଅନେକ ଜିଲ୍ଲାର କିଛି ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିଛି। ଲୋକେ ପାଣି ଘେରରେ ରହିଛନ୍ତି। ବନ୍ୟାରେ ପିଲାଙ୍କ ପାଠ ପଢା ବାଧାପ୍ରାପ୍ତ ହୋଇଛି।

ଆଜି ବନ୍ୟାଞ୍ଚଳ ପହଞ୍ଚି ପିଲାଙ୍କ ପାଠପଢା ସ୍ଥିତି ଯାଞ୍ଚ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ। କେମିତି ସୁବିଧାରେ ପାଠପଢା ହୋଇପାରିବ ଏନେଇ ସେ ସମୀକ୍ଷା କରିଛନ୍ତି । ବନ୍ୟା ପ୍ରଭାବିତ ଅଞ୍ଚଳରେ ସ୍କୁଲ ଖୋଲିବ କି ବନ୍ଦ ରହିବ ସେନେଇ ପ୍ରତିକ୍ରିୟା ଦେଇ ମନ୍ତ୍ରୀ କହିଛନ୍ତି, ବନ୍ୟାଞ୍ଚଳରେ ଜିଲ୍ଲାପାଳ ସ୍ଥିତି ତଦାରଖ କରୁଛନ୍ତି । ପିଲାମାନେ କିଭଳି ପାଠ ପଢ଼ିବେ, କେମିତି ସୁବିଧା ହୋଇ ପାରିବ ସେ ନେଇ ତଦାରଖ କରାଯାଉଛି । ବନ୍ୟାସ୍ଥିତି ଦେଖି ପାଠ ବିଷୟରେ ଜିଲ୍ଲାପାଳ ନିଷ୍ପତ୍ତି ନେବେ। ଜିଲ୍ଲାପାଳଙ୍କ ଉପରେ ବନ୍ୟାଞ୍ଚଳ ପିଲାମାନଙ୍କ ପାଠପଢା ଦାୟିତ୍ୱ ରହିଛି । ଯଦି କିଛି ଅସୁବିଧା ହୁଏ, ତେବେ ଯେଉଁ ସ୍ଥାନରେ ପଢିବା ପାଇଁ ସୁବିଧା ଥିବ, ସୁରକ୍ଷିତ ସ୍ଥାନ ହୋଇଥିବ, ସେହି ସ୍ଥାନରେ ସ୍କୁଲ କିଭଳି ଚାଲି ପାରିବ । ତାକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରାଯାଉଛି । ଯଦିଓ ପିଲାମାନଙ୍କ ପାଇଁ ବର୍ତ୍ତମାନ ପର୍ଯ୍ୟନ୍ତ ସେମିତି କିଛି ଅସୁବିଧା ହୋଇନାହିଁ, ତେବେ ସେମିତି କିଛି ହେଲେ ସେହିସବୁ ସ୍ଥାନରେ କିଛି ଦିନ ପାଇଁ ସ୍କୁଲ ବି ବନ୍ଦ ହୋଇପାରେ ।

Govt

Comments are closed.