ବନ୍ଦ ହେବ ଶିଳ୍ପାଙ୍କ ରେସ୍ତୋରାଁ

0

ଅଭିନେତ୍ରୀ ଶିଳ୍ପା ସେଟ୍ଟିଙ୍କ ରେସ୍ତୋରାଁ ବାସ୍ତିଆନ ଖୁବ ଶୀଘ୍ର ବନ୍ଦ ହେବାକୁ ଯାଉଥିବା ଜଣା ପଡିଛି । ଏହି ରେସ୍ତୋରାଁଟି ମୁମ୍ବାଇର ବାନ୍ଦ୍ରାରେ ରହିଛି । ତେବେ ଏନେଇ ନିଜେ ଅଭିନେତ୍ରୀ ଘୋଷଣା କରି ସୋସିଆଲ ମିଡିଆରେ ତଥ୍ୟ ଦେଇଛନ୍ତି । ଏହି ରେସ୍ତୋରାଁର ବନ୍ଦ ହେବା ଗୋଟିଏ ଯୁଗର ଅନ୍ତ ବୋଲି ଶିଳ୍ପା ପ୍ରକାଶ କରିଛନ୍ତି । ଏହି ରେସ୍ତୋରାଁଟି ଶିଳ୍ପାଙ୍କ ହୃଦୟର ଖୁବ ନିକଟତର ବୋଲି ସେ ଏହି ପୋଷ୍ଟରେ ସେ ଜଣାଇଛନ୍ତି । ତେବେ ଏହି ରେସ୍ତୋରାଁ ବନ୍ଦ ହେବାର କାରଣ ସମ୍ପର୍କରେ ସେ କିଛି ବି ମନ୍ତବ୍ୟ ଦେଇନାହାନ୍ତି । ୨୦୧୬ରେ ରଞ୍ଜିତ ବିନ୍ଦ୍ରାଙ୍କ ସହିତ ମିଶି ଶିଳ୍ପା ଏହି ରେସ୍ତୋରାଁ ଆରମ୍ଭ କରିଥିଲେ । ଏହା ମୁମ୍ବାଇରେ ଖୁବ ଲୋକପ୍ରିୟ ରେସ୍ତୋରାଁ ଥିଲା । ଏଠାରେ ପ୍ରତିସମୟରେ ଅନେକ ଗ୍ରାହକଙ୍କର ଭିଡ ଦେଖିବାକୁ ମିଳୁଥିଲା । ୨୦୨୩ରେ ଏହାକୁ ସ୍ଥାନାନ୍ତର ମଧ୍ୟ କରାଯାଇଥିଲା । ହେଲେ ବର୍ତ୍ତମାନ ସମ୍ପୂର୍ଣ୍ଣ ବନ୍ଦ କରାଯାଉଥିବାର ସୂଚନା ମିଳିଛି, ଯାହା ଏହାର ଗ୍ରାହକଙ୍କୁ ନିରାଶ କରିଛି । କିଛି ଦିନ ପୂର୍ବରୁ ଶିଳ୍ପାଙ୍କ ବିରୋଧରେ ୬୦ କୋଟିର ଠକେଇ ଅଭିଯୋଗ ଆସିଥିଲା । ତେବେ ସୋସିଆଲ ମିଡିଆରେ ଉଭୟ ଘଟଣାକୁ ଯୋଡାଯିବା ଆରମ୍ଭ ହୋଇଛି । ସେହି ଠକେଇ ଘଟଣା ସହିତ ରେସ୍ତୋରାଁ ବନ୍ଦ ହେବାର ସମ୍ପର୍କ ରହିଛି ବୋଲି ସମସ୍ତେ ଆଲୋଚନା କରିବା ଆରମ୍ଭ କରିଛନ୍ତି ।

Govt
Leave A Reply

Your email address will not be published.