କିଛି ଦିନହେବ ପଞ୍ଜାବରେ ବନ୍ୟାସ୍ଥିତି ଲାଗି ରହିଛି । ଯେଉଁଁଥିପାଇଁ ସେଠିକାର ବାସିନ୍ଦା ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି । ତେବେ ଏହି ଅଧିବାସୀଙ୍କୁ ସରକାରଙ୍କ ସମେତ ଅନେକ ବଦାନ୍ୟ ବ୍ୟକ୍ତି ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏଥିରେ ଅନେକ ବଲିଉଡ ଷ୍ଟାର ସାମିଲ ଅଛନ୍ତି, ଯେଉଁମାନେ ପଞ୍ଜାବକୁ ସହାୟତାର ହାତ ବଢାଉଥିବାର ଦେଖିବାକୁ ମିଳୁଛି । ଏହି ତାଲିକାରେ ସାମିଲ ହୋଇଛନ୍ତି ବଲିଉଡ ଅଭିନେତା ଅକ୍ଷୟ କୁମାର । ଯିଏ ୫କୋଟି ଟଙ୍କା ପଞ୍ଜାବ ବାସୀଙ୍କ ପାଇଁ ପ୍ରଦାନ କରିଛନ୍ତି । ଏହାକୁ ସେ ଦାନ ନୁହେଁ ବରଂ ପଞ୍ଜାବବାସୀଙ୍କ ପାଇଁ ସେବା ବୋଲି ଆଖ୍ୟା ଦେଇଛନ୍ତି । ତେବେ କେବଳ ଅକ୍ଷୟ କୁମାର ନୁହେଁ ଅନେକ ସେଲିବ୍ରିଟି ଏଥିରେ ସାମିଲ ହେବାରେ ଲାଗିଛନ୍ତି । ଏହି ତାଲିକାରେ ରଣଦୀପ ହୁzା, କପିଲ ଶର୍ମା, ଦିଲ୍ଜିତ ଦୋସାଞ୍ଜା, ଏମି ଓ୍ୱାର୍କ, ଅର୍ଜୁନ ଢିଲ୍ଲୋନଙ୍କ ଅନେକ କଳାକାର ସାମିଲ ଅଛନ୍ତି । ସେମାନେ ସମସ୍ତେ ହୃଦୟରୁ ପଞ୍ଜାବ ବାସୀଙ୍କୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି ।
