ମୁମ୍ବାଇ: ମହାରାଷ୍ଟ୍ରର ବଦଲାପୁରରେ ଏକ ଘରୋଇ ସ୍କୁଲ୍ରେ ୨ ଶିଶୁଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଗିରଫ ହୋଇଥିବା ଅଭିଯୁକ୍ତ ଅକ୍ଷୟ ସିନ୍ଦେ ପୁଲିସ ଗୁଳିରେ ପ୍ରାଣ ହରାଇଛି। ପୁଲିସ ସୂଚନା ଅନୁଯାୟୀ ଅଭିଯୁକ୍ତ ଅକ୍ଷୟ ସିନ୍ଦେକୁ ସମୟରେ ତଦନ୍ତ ପାଇଁ ତାଲୋଜା ଜେଲ୍ରୁ ବଦଲାପୁରକୁ ଏକ ପୁଲିସ ଗାଡ଼ିରେ ନିଆଯାଉଥିଲା। ହଠାତ୍ ସେ ଜଣେ ଅଫିସରଙ୍କ ବନ୍ଧୁକ ଛଡ଼ାଇ ପୁଲିସଙ୍କ ଉପରକୁ ଗୁଳି ଚଳାଇଥିଲା। ପୁଲିସ ଏହାର ପାଲଟା ଜବାବ ଦେଇ ଅକ୍ଷୟ ଉପରକୁ ଗୁଳିମାଡ଼ କରିବାଦ୍ବାରା ସେଥିରେ ତାର ମୃତ୍ୟୁ ହୋଇଯାଇଛି। ଅଭିଯୁକ୍ତ ଅକ୍ଷୟର ଗୁଳିମାଡ଼ରେ ଅନ୍ୟ ୨ ଜଣ ଅଭିଯୁକ୍ତ ମଧ୍ୟ ଆହତ ହୋଇଛନ୍ତି। ସିନ୍ଦେ ଅଗଷ୍ଟ ୧୭ ତାରିଖରେ ଗିରଫ ହୋଇଥିଲା। ୪ ଏବଂ ୫ ବର୍ଷର ୨ ଶିଶୁଙ୍କୁ ସ୍କୁଲ୍ ଟଏଲେଟ୍ରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ସେ ଗିରଫ ହୋଇଥିଲା। ସ୍ଥାନୀୟ ପୁଲିସ ଏହି ଘଟଣାର ପ୍ରଥମେ ତଦନ୍ତ କରିଥିଲା। କିନ୍ତୁ ପରେ ଏହି ଘଟଣାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେବାରୁ ଉକ୍ତ ଘଟଣାର ତଦନ୍ତ ପାଇଁ ମହାରାଷ୍ଟ୍ର ସରକାର ଏସ୍ଆଇଟି ଗଠନ କରିଥିଲେ।

Comments are closed.