ନୀଳଗିରି: ବଜ୍ରାଘାତରେ ୩ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି। କେନାଲ କାମ କରୁଥିବାବେଳେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୨ ମହିଳା, ଜଣେ ଜେସିବି ଅପରେଟର ବୋଲି ଜଣାପଡ଼ିଛି।
ଅଘଟଣ ପରେ ସଙ୍ଗେ ସଙ୍ଗେ ଏହି ୩ଜଣଙ୍କୁ ବରହପୁର ମେଡିକାଲ ନିଆଯାଇଥିଲା । ଏଠାରେ ଡାକ୍ତର ଏମାନଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ନୀଳଗିରି ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ କରୁଛି।

Comments are closed.