ନୂଆଦିଲ୍ଲୀ : ଆସନ୍ତା ୨୪ ମାର୍ଚ୍ଚରୁ ୨୬ ମାର୍ଚ୍ଚ ମଧ୍ୟରେ ଦିଲ୍ଲୀରେ ଆରମ୍ଭ ହେବ ବଜେଟ୍ ଅଧିବେଶନ । ପ୍ରେସ କନଫରେନ୍ସ ଜରିଆରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଏହା ବିକଶିତ ଦିଲ୍ଲୀର ବଜେଟ୍ । ଏହି ବଜେଟ୍ ଜନତାଙ୍କ ବଜେଟ୍ ହେବ । ଏହି ବଜେଟରେ ସବୁ ବର୍ଗର ଲୋକଙ୍କୁ ଗୁରୁତ୍ୱ ଦିଆଯିବ । ଦିଲ୍ଲୀର ଆବଶ୍ୟକତା ଦୃଷ୍ଟିରେ ରଖି ଯେପରି ବଜେଟ୍ ପ୍ରସ୍ତୁତ ହେବ, ସେନେଇ ସବୁ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜନସାଧାରଣଙ୍କ ପରାମର୍ଶ ପାଇଁ ଏକ ହ୍ୱାଟସଆପ୍ ନମ୍ବର ଏବଂ ୱେବସାଇଟ୍ ଜାରି କରିଛନ୍ତି ଦିଲ୍ଲୀ ସରକାର । ଦିଲ୍ଲୀର ଯେକୌଣସି ବ୍ୟକ୍ତି ପରାମର୍ଶ ଦେଇପାରିବେ । ଜନତାଙ୍କ ମତାମତ ନେବା ପାଇଁ ମନ୍ତ୍ରୀମାନେ ଗାଁ ଗାଁ ବୁଲିବେ । ଲୋକଙ୍କ ସହ ମିଶିବେ, ଦିଲ୍ଲୀର ବିକାଶ ପାଇଁ କଣ କଣ ଆବଶ୍ୟକ ରହିଛି । କେଉଁ କେଉଁ ଦିଗ ଉପରେ ସରକାରଙ୍କୁ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ ରହିଛି ସେନେଇ ଲୋକଙ୍କଠୁ ମନ୍ତ୍ରୀ ପରାମର୍ଶ ଆଣିବେ । ମାର୍ଚ୍ଚ ୫ତାରିଖରେ ବିଧାନସଭାରେ ମହିଳାଙ୍କଠୁ ପରାମର୍ଶ ନେବେ ସରକାର । ସେହିପରି ମାର୍ଚ୍ଚ ୬ ତାରିଖରେ ସରକାର ବ୍ୟବସାୟୀଙ୍କଠାରୁ ପରାମର୍ଶ ନେବେ ବୋଲି ଗୁପ୍ତା କହିଛନ୍ତି । ସମସ୍ତ ନିର୍ବାଚନ ପ୍ରତିଶ୍ରୁତି ପୂରଣ ହେବ ବୋଲି ରେଖା ଦୃଢ଼ୋକ୍ତି ବାଢ଼ିଛନ୍ତି।

Comments are closed.