ଦିଲ୍ଲୀ: ଅଗଷ୍ଟ ୪: ଟୋକିଓ ଅଲମ୍ପିକ୍ସରେ ବକ୍ସର ଲଭଲିନା ବୋରଘୋଇନ୍ ବ୍ରୋଞ୍ଜ ପଦକ ଜିତି ଭାରତର ଗୌରବ ବଢ଼ାଇଛନ୍ତି । ସେ ତୁର୍କୀର ଖେଳାଳୀ ବୁସେନାଜ ସୁରମେନେଲିଙ୍କୁ ସେମିଫାଇନାଲ୍ ରାଉଣ୍ଡରେ ୦-୫ ପଏଣ୍ଟ ଦେଇଛନ୍ତି । ଏହାସହ ତୁର୍କୀ ଖେଳାଳୀ ଫାଇନାଲ୍କୁ ପ୍ରବେଶ କରିଛନ୍ତି ।
ଭାରତୀର ଦୁଇ କୁସ୍ତି ଯୋଦ୍ଧା ଆଜି ଚମତ୍କାର ଖେଳ ପ୍ରଦର୍ଶନ କରିଛନ୍ତି । ରେସ୍ଲର ରବି ଦହିଆ ଏବଂ ଦୀପକ ପୁନିଆ ଦୁହେଁ କୁସ୍ତିର ସେମିଫାଇନାଲ୍ରେ ନିଜ ନିଜ ସ୍ଥାନ ଦୃଢ଼ କରି ଭାରତ ପାଇଁ ପଦକ ଆଣିବାର ଆଶା ଉଜ୍ଜଳ କରିଛନ୍ତି ।
ପୁରୁଷ ଫ୍ରିଷ୍ଟାଇଲ୍ କୁସ୍ତି(୫୭ କିଲୋ ବର୍ଗ)ରେ ରବି ଦହିୟା କ୍ୱାର୍ଟର ଫାଇନାଲ୍ ରାଉଣ୍ଡରେ ବୁଲଗେରିଆ ଖେଳାଳୀ ଜୋର୍ଡି ଭାଙ୍ଗେଲୋଭଙ୍କୁ ୧୪-୪ରେ ପରାସ୍ତ କରି ସେମିଫାଇନାଲ୍କୁ ଉତ୍ତୀର୍ଣ୍ଣ ହୋଇଛନ୍ତି ।
ଦିପକ ପୁନିଆ ଫ୍ରିଷ୍ଟାଇଲ୍ ୮୬ କିଲୋ ବର୍ଗର କୁସ୍ତି କ୍ୱାର୍ଟର ଫାଇନାଲ୍ରେ ଚୀନ୍ ଖେଳାଳୀ ଜୁସେନ୍ ଲୀନଙ୍କୁ ୬-୩ରେ ପରାସ୍ତ କରି ସେମିଫାଇନାଲ୍କୁ ପ୍ରବେଶ କରିଛନ୍ତି । ଦୀପକ ଶେଷ ମିନିଟ୍ରେ ନିଜ ଶକ୍ତି ପଦର୍ଶନ କରି ଦୁଇ ପଏଣ୍ଟ ହାସଲ କରି ବିଜୟ ହୋଇଛନ୍ତି । ସେମିଫାଇନାଲ୍ ରାଉଣ୍ଡରେ ଦୀପକ ଆମେରିକା ଖେଳାଳୀ ମୋରିସ୍ ଟେଲରଙ୍କୁ ଭେଟିବେ ।
ଜାଭେଲିନ୍ ଥ୍ରୋ(ବର୍ଚ୍ଛା ଫିଙ୍ଗା)ରେ ଭାରତର ନୀରଜ ଚୋପ୍ରା ଫାଇନାଲ୍କୁ ପ୍ରବେଶ କରି ଭାରତର ଗୌରବ ବଢ଼ାଇଛନ୍ତି । ସେ ପୁଲ୍ ଏ କ୍ୱାଲିଫାଇଙ୍ଗ୍ ରାଉଣ୍ଡର ପ୍ରଥମ ଚେଷ୍ଟାରେ ହିଁ ୮୬.୬୫ ମିଟର ବର୍ଚ୍ଛା ଫିଙ୍ଗି ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରିଛନ୍ତି । ପୁଲ୍ ବି କ୍ୱାଲିଫାଇଙ୍ଗ୍ ରାଉଣ୍ଡରେ ପାକିସ୍ତାନର ଖେଳାଳୀ ନଦିମ ଅରସଦ ୮୫.୬୫ ମିଟର ବର୍ଚ୍ଛା ଫିଙ୍ଗି ଫାଇନାଲ୍ ରାଉଣ୍ଡକୁ ପ୍ରବେଶ କରିଛନ୍ତି ।
ଅନ୍ୟପକ୍ଷେ ୧୯ ବର୍ଷୀୟ ଅଂଶୁ ମଲ୍ଲିକ ୫୭ କିଲୋ ବର୍ଗ ମହିଳା ରେସଲିଂରେ ପରାସ୍ତ ହୋଇଛନ୍ତି । ସେ ବେଲାଋଷ୍ ଖେଳାଳୀ ଇରିନା କୁରାଚିକିନାଙ୍କଠାରୁ ୨-୮ରେ ହାରିଯାଇଛନ୍ତି ।
ଆଜି ଭାରତୀୟ ମହିଳା ହକି ଦଳ ସେମିଫାଇନାଲ୍ ରାଉଣ୍ଡରେ ଆର୍ଜେଣ୍ଟିନା ଦଳ ସହିତ ଅପରାହ୍ନ ୩.୩୦ ସମୟରେ ଭେଟିବେ ।

Comments are closed.