ଫ୍ୟାସନ ସୋ ସମୟରେ ମଡେଲଙ୍କ ଉପରେ ଖସି ପଡ଼ିଲା ଆଇରନ ପିଲାର, ଘଟଣାସ୍ଥଳରେ ମୃତ୍ୟୁୃ

ନୂଆଦିଲ୍ଲୀ : ନଏଡ଼ାର ଫିଲ୍ମ ସିଟି ଅଞ୍ଚଳରେ ଗତକାଲି ଏକ ଷ୍ଟୁଡିଓରେ ଫ୍ୟାସନ୍‌ ସୋ ଚାଲିଥିବାବେଳେ ଏକ ବଡ଼ ଅଘଟଣ ଘଟିଯାଇଛି। ଜଣେ ୨୪ ବର୍ଷୀୟା ମଡେଲ ରାମ୍ପ ୱାକ୍‌ରେ ଚାଲୁଥିବାବେଳେ ତାଙ୍କ ଉପରେ ଏକ ଆଇରନ ପିଲାର ଖସି ପଡ଼ିଛି। ଫଳରେ ମଡେଲଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଛି। ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବାବେଳେ ତାଙ୍କୁ ନିକଟସ୍ଥ ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପୁଲିସ ଅନୁଯାୟୀ ମୃତ ମଡେଲଙ୍କ ନାଁ ବଂଶିକା ଚୋପ୍ରା। ଆହତ ବ୍ୟକ୍ତିଙ୍କ ନାଁ ବବି ରାଜ୍‌। ଗତକାଲି ଅପରାହ୍ନ ୧ଟାରେ ଏହି ଅଘଟଣ ଘଟିଛି। ଉକ୍ତ ଘଟଣାରେ ପୁଲିସ ତଦନ୍ତ ଆରମ୍ଭ କରିଛି ଏବଂ ମୃତ ମଡେଲଙ୍କ ମର ଶରୀରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।

Comments are closed.