କିଛି ଦିନତଳେ ଦୀପିକା କକ୍କରଙ୍କର ଏକ ନୂଆ ପ୍ରୋଜେକ୍ଟ ଆସିବାନେଇ ସୂଚନା ମିଳିଥିଲା, ଯାହାପରେ ତାଙ୍କ ଫ୍ୟାନମାନେ ଖୁବ ଖୁସି ହୋଇଯାଇଥିଲେ । ହେଲେ ବର୍ତ୍ତମାନର ସୂଚନା ଅନୁସାରେ ସେମାନଙ୍କୁ ପୁଣି ନିରାଶ ହେବାକୁ ପଡିଛି । ନିକଟରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଖରାପ ଥିବା ସମ୍ପର୍କରେ ଜଣା ପଡିଥିଲା । ଏହାପରେ ହୁଏତ ଦୀପିକା ଏହି ପ୍ରୋଜେକ୍ଟରୁ ଓହରି ଯାଇଥିବାନେଇ ଚର୍ଚ୍ଚା ହେଉଛି । ପୂର୍ବରୁ ରବି ଦୁବେ ଓ ସରଗୁନ ମେହେତାଙ୍କ ପ୍ରଯୋଜନାରେ ନିର୍ମାଣ କରାଯାଉଥିବା ଧାରାବାହିକରେ ଦୀପିକା ଅଭିନେତା ଭିବିଆନ୍ଙ୍କ ସହିତ ସ୍କ୍ରିନ ସେୟାର କରିବାନେଇ ଜଣା ପଡିଥିଲା । ବର୍ତ୍ତମାନ କିନ୍ତୁ ଏହା ମିଥ୍ୟା ଖବର ବୋଲି ଜଣା ପଡିଛି । ବର୍ତ୍ତମାନ ସେ କେବଳ ନିଜର ସ୍ବାସ୍ଥ୍ୟ ଓ ପରିବାର ପାଇଁ ଧ୍ୟାନ ଦେଉଛନ୍ତି ବୋଲି ଜଣା ପଡିଛି । ତେବେ ଏହି ଖବର ଜଣା ପଡିବା ପରେ ତାଙ୍କ ଫ୍ୟାନମାେ ଦୁଃଖ ପ୍ରକାଶ କରିଛନ୍ତି ।