ଭୁବନେଶ୍ୱର: ଅଗଷ୍ଟ ୫: ବୈଦେଶିକ ମୁଦ୍ରା ଉଲଘଂନ ଓ ଭାରତୀୟ ଆଇନ୍କୁ ନମାନିବା ମାମଲାରେ ଇଡି(ଏନ୍ଫୋର୍ସମେଣ୍ଟ ଡାଇରୋକେଫାରେଟ୍) ଫ୍ଲିଫ୍କାର୍ଟର ପ୍ରତିଷ୍ଠାତାଙ୍କ ସମେତ ଅନ୍ୟ ୯ଜଣଙ୍କୁ ଆଜି ନୋଟିସ୍ ପଠାଇଛି । ତେବେ କେଉଁ ବ୍ୟକ୍ତିଙ୍କ ନିକଟକୁ ନୋଟିସ୍ ପଠାଯାଇଛି ତାହାର ସବିଶେଷ ତଥ୍ୟ ପ୍ରକାଶ ପାଇନି । ଆର୍ବିଆଇ ଏହି ପ୍ରସଙ୍ଗ ଉଠାଇବା ପରେ ଇଡି ଅନୁସନ୍ଧାନ କାର୍ଯ୍ୟ ଆରମ୍ଭ କରିଥିଲା ।
ସୂଚନା ଅନୁସାରେ, ୱାଲମାର୍ଟ ଅଧିନରେ ଥିବା ଫ୍ଲିପ୍କାର୍ଟ ବିଦେଶୀ ପୁଞ୍ଜି ବିନିଯୋଗ ଆଇନ୍ ଉଲଂଘନ କରିଛି । ଅନ୍ୟପକ୍ଷେ, ଉଲଂଘନର ଦଣ୍ଡ ସ୍ୱରୂପ ୧୦,୬୦୦ କୋଟି ଟଙ୍କାର କାରଣ ଦର୍ଶାଅ ନୋଟିସ୍ ଇଡି ଜାରି କରିଛି । ୨୦୦୯ ଏବଂ ୨୦୧୫ରେ ଏକ ବିଦେଶୀ ମୁଦ୍ରା ପ୍ରବନ୍ଧକ ଅଧିନିୟମ (ଏଫ୍ଇଏମ୍ଏ)ର ବିଭିନ୍ନ ଆଇନ୍ ଉଲଂଘନ କରି ଫ୍ଲିପ୍କାର୍ଟ ଓ ସିଙ୍ଗାପୁରରେ ଥିବା ଏହାର ଅନ୍ୟ ଏକ ହୋଲିଂ ସଂସ୍ଥା ବିଦେଶ ପୁଞ୍ଜି ବିନିଯୋଗକୁ ଆକର୍ଷିତ କରିଥିଲା । ଏହାର ସବିଶେଷ ଯାଞ୍ଚ କରି ଇଡି ଏହି ନୋଟିସ୍ ପଠାଇଛି । ଏଥିରେ କମ୍ପାନୀ ବିରୋଧରେ ଆସିଥିବା ଅଭିଯୋଗରେ ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ନିୟମ ଉଲଘଂନ ଏବଂ ମଲଫି ବ୍ରାଣ୍ଡ ରିଟେଲର୍ଙ୍କ ନିୟମକୁ ଭଙ୍ଗ କରିବା ଅଭିଯୋଗ ଅନ୍ତର୍ଭୁକ୍ତ ରହିିଛି ।
Comments are closed.