ପ୍ୟାରିସ: ମାସକ ପୂର୍ବରୁ ଫ୍ରାନ୍ସର ପ୍ରଧାନମନ୍ତ୍ରୀଭାବେ ନିଯୁକ୍ତି ପାଇଥିବା ସେବାଷ୍ଟିଏନ୍ ଲେକର୍ନୁ ସୋମବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କର ନୂତନ କ୍ୟାବିନେଟ୍କୁ ନେଇ ବିବାଦ ସୃଷ୍ଟି ହେବାର ଗୋଟିଏ ଦିନ ପରେ ଏହି ଇସ୍ତଫା ୟୁରୋପୀୟ ସଂଘକୁ ଅଧିକ ରାଜନୈତିକ ଅଚଳାବସ୍ଥା ଭିତରକୁ ଠେଲି ଦେଇଛି। ଲେକୋର୍ନୁ ହେଉଛନ୍ତି ଫ୍ରାନ୍ସର ପଞ୍ଚମ ପ୍ରଧାନମନ୍ତ୍ରୀ ଯିଏକି ଗତ ଦୁଇ ବର୍ଷ ମଧ୍ୟରେ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ଏଲିସି ପ୍ୟାଲେସ୍ ଅନୁଯାୟୀ, ମାକ୍ରନଙ୍କ ଦୀର୍ଘ ଦିନର ସହଯୋଗୀ ୩୯ ବର୍ଷୀୟ ଲେକର୍ନୁ ସୋମବାର ସକାଳେ ଇସ୍ତଫା ଦେଇଛନ୍ତି। ଲେକର୍ନୁ ତାଙ୍କ ପୂର୍ବବର୍ତ୍ତୀ ଫ୍ରାଙ୍କୋଇସ୍ ବାଏରୋଙ୍କ ସମେତ ପରିଚିତ ଚେହେରାକୁ ନେଇ ତାଙ୍କ କ୍ୟାବିନେଟ୍ ଗଠନ କରିବା ପରେ ଦକ୍ଷିଣପନ୍ଥୀ ସହଯୋଗୀମାନେ ସରକାରରୁ ଓହରିଯିବେ ବୋଲି ଧମକ ଦେବା ପରେ ଏହି ପଦକ୍ଷେପ ନିଆଯାଇଛି। ତାଙ୍କ ଇସ୍ତଫା ପରେ ଲେକର୍ନୁ ତିନୋଟି ରେକର୍ଡ ସ୍ଥାପନ କରିଛନ୍ତି – ମାତ୍ର ୨୭ ଦିନ ମଧ୍ୟରେ ସବୁଠାରୁ କମ୍ ସମୟର କାର୍ଯ୍ୟରତ ପ୍ରଧାନମନ୍ତ୍ରୀ ହୋଇଥିଲେ, ବିନା ସରକାରରେ ଦୀର୍ଘ ସମୟ (୨୬ ଦିନ) ବିତାଇଥିଲେ ଏବଂ ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ସାଧାରଣ ନୀତି ବିବୃତି ଦେଇ ନ ଥିଲେ।
