ଖୁବଶୀଘ୍ର ପରଦାରେ ରାଜକୁମାର ରାଓ ଓ ୱମିକା ଗବିଙ୍କୁ ଏକାଠି ଦେଖିବାକୁ ମିଳିବ । ପୂର୍ବରୁ ଭୁକ ଚୁକ୍ ମାଫରେ ଉଭୟଙ୍କର ଖୁବ ଭଲ କେମେଷ୍ଟ୍ରୀ ଦର୍ଶକ ଦେଖିବାକୁ ପାଇଥିଲେ । ତେଣୁ ଏହି ହିଟ୍ ଯୋଡିଙ୍କୁ ପୁଣି ମେକର୍ସମାନେ ବ୍ୟାକ କରାଇବାକୁ ଚାହୁଁଛନ୍ତି । ତେଣୁ ଖୁବଶୀଘ୍ର ଉଭୟଙ୍କୁ ବଡ ପରଦାରେ ପୁଣି ଏକାଠି ଦେଖିବାକୁ ମିଳିବ । ଉଭୟ ମଧ୍ୟ ନିଜର ଏହି ନୂଆ ପ୍ରୋଜେକ୍ଟକୁ ନେଇ ଖୁବ ଉତ୍ସାହିତ ଅଛନ୍ତି । ଉଭୟଙ୍କୁ ଏଥିପାଇଁ ନିଜର ଲୁକ ମଧ୍ୟ ଚେଞ୍ଜ କରିବାକୁ ପଡିବ ବୋଲି ଆଲୋଚନା ହେଉଛି। ଦର୍ଶକଙ୍କୁ ଉଭୟଙ୍କର ଏକ ନୂଆ ଲୁକ୍ ଏହି ଫିଲ୍ମରେ ଦେଖିବାକୁ ମିଳିବ ଏବଂ ଏହାକୁ ଦର୍ଶକ ପସନ୍ଦ କରିବେ ବୋଲି ମେକର୍ସ ଆଶା ରଖିଛନ୍ତି । ଉଭୟଙ୍କୁ ଉଜୁୱାଲ୍ ନିକମଙ୍କ ବାୟୋପିକରେ ଦେଖିବାକୁ ମିଳିବ ବୋଲି ଆଲୋଚନା ହେଉଛି ।
