ଭୁବନେଶ୍ୱର : ଫେରିବ ମହାପ୍ରଭୁଙ୍କର ଭୂ-ସମ୍ପତ୍ତି । ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଭୂ-ସମ୍ପତ୍ତିର ସଠିକ ଆକଳନ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି । ଖୁବ ଶୀଘ୍ର ମହାପ୍ରଭୁଙ୍କର ସମ୍ପତ୍ତି ଫେରାଇ ଅଣାଯିବ ବୋଲି କହିଛନ୍ତି ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଦେଶ,ରାଜ୍ୟ ଏବଂ ରାଜ୍ୟ ବାହାରେ ରହିଛି ୫୮ ହଜାର ଏକର ବହୁ-ସମ୍ପତ୍ତି ଏହାକୁ ଫେରାଇ ଆଣିବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି । ସେଥିମଧ୍ୟରୁ ୩୬ରୁ ୩୭ ହଜାର ଏକର ଜମିର କାଗଜ ପ୍ରସ୍ତୁତ ହୋଇସାରିଛି । ବାକି ଜମିର କାଗଜପତ୍ର ପ୍ରସ୍ତୁତ କରିବାର ପ୍ରକ୍ରିୟା ଜାରି ରହିଛି । ସରକାର ବହୁତ ତ୍ୱରିତ ଗତିରେ ଏହି କାର୍ଯ୍ୟ ଆରମ୍ଭ କରିଛନ୍ତି । ମହାପ୍ରଭୁଙ୍କର କେତେ ସମ୍ପତ୍ତି ରହିଛି ତାହାର ସଠିକ୍ ଆକଳନ କରାଯିବ । ଏଥିପାଇଁ ଯାହା ପଦକ୍ଷେପ ନିଆଯିବ କଥା ରାଜ୍ୟ ସରକାର ନେବେ ବୋଲି କହିଛନ୍ତି ଆଇନ ମନ୍ତ୍ରୀ ।
