ଫେରିବା ଲକ୍ଷ୍ୟରେ ପାଣ୍ଡ୍ୟା

ମୁମ୍ବାଇ: ରବିବାର ନ୍ୟୁଜିଲାଣ୍ଡ ଟୁର ପାଇଁ ଟିମ୍ ଇଣ୍ଡିଆର ଚୟନ ହେବେ ଖେଳାଳି । ଦୀର୍ଘ ଦିନ ଧରି ଆହତ ହୋଇ ବାଦ୍ ପଡିଥିବା ହାର୍ଦ୍ଧିକ ପାଣ୍ଡ୍ୟାଙ୍କୁ ଏହି ଟୁର୍ ପାଇଁ ଦଳରେ ସାମିଲ କରାଯାଇପାରେ । ଏଥିପାଇଁ ପାଣ୍ଡ୍ୟା ମଧ୍ୟ ଜୋରଦାର ଅଭ୍ୟାସ କରୁଛନ୍ତି । ଜାନୁୟାରୀ ୨୪ରୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦, ୩ଟି ଦିନିକିଆ ଓ ୨ଟି ଟେଷ୍ଟ ମ୍ୟାଚ୍ ସିରିଜ୍ ଆରମ୍ଭ ହେବ ।

ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୮ଟି ସୀମିତ ଓଭର ମ୍ୟାଚ୍‌ ଖେଳିବ। ତେଣୁ ଚୟନକର୍ତ୍ତା ୧୫ ଜଣିଆ ସ୍କ୍ୱାଡ୍‌ ବଦଳରେ ୧୬ ଜଣ କିମ୍ବା ୧୭ ଜଣିଆ ଟିମ୍‌ ଘୋଷଣା କରିପାରନ୍ତି। ଏଥିସହ ନ୍ୟୁଜିଲ୍ୟାଣ୍ଡ ଟୁର ପାଇଁ କିଛି ଖେଳାଳିଙ୍କୁ ଜରୁରୀ କାଳିନ ସ୍ଥିତି ପାଇଁ ଷ୍ଟାଣ୍ଡବାଏରେ ରଖିବାକୁ ମଧ୍ୟ ଚୟନକର୍ତ୍ତାମାନେ ଚିନ୍ତା କରୁଛନ୍ତି।

ଆଗକୁ ଟି-୨୦ ବିଶ୍ୱକପ ଥିବାରୁ ଏହା ଉପରେ ନଜରେ ରଖି ଚୟନକର୍ତ୍ତା କମିଟି ଦଳ ଚୟନ କରିପାରେ। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ସାମିଲ ଥିବା ସମସ୍ତ ଖେଳାଳି ପୁଣିଥରେ ଆପେଆପେ ସୁଯୋଗ ପାଇବେ। ତେବେ ଏବେଠାରୁ ଇଣ୍ଡିଆ ଏ ଟିମ୍‌ ସହ ନ୍ୟୁଜିଲ୍ୟାଣ୍ଡ ଗସ୍ତରେ ଥିବା ପାଣ୍ଡ୍ୟା ଏକମାତ୍ର ଖେଳାଳି ଭାବେ ସ୍କ୍ୱାଡ୍‌ରେ ସାମିଲ ହୋଇପାରନ୍ତି।

ପାଣ୍ଡ୍ୟା ଏକାଧିକ ଲିଷ୍ଟ ଏ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦୁଇଟି ଦିନିକିଆ ଅଭ୍ୟାସ ମ୍ୟାଚ୍‌ରେ ନିଜର ଫିଟ୍‌ନେସର ପ୍ରମାଣ ଦେବେ। ଇଣ୍ଡିଆ ଏ’ର ଲିଷ୍ଟ ଏ’ ମ୍ୟାଚ୍ ଜାନୁଆରୀ ୨୬ରେ ଶେଷ ହେବ। ତେଣୁ ଜାନୁଆରୀ ୨୯ରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ତାଙ୍କୁ ସ୍କ୍ୱାଡରେ ସାମିଲ କରାଯାଇ ପାରେ।

Launching Ceremony of “AYUSHMAN BHARAT

Comments are closed.