ଭୁବନେଶ୍ୱର: ଜୁଲାଇ ୨୨: ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଫକିରମୋହନ ବିଶ୍ୱବିଦ୍ୟାଳୟରେ କୁଳପତି ଭାବେ ନିଯୁକ୍ତି ପାଇଛନ୍ତି । ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍ ଓଡ଼ିଶା ୟୁନିଭର୍ସିଟି ସଂଶୋଧନ ଅଧିନିୟମ ୨୦୨୦ର ସବ୍ ସେକ୍ସନ୍ (୭) ଓ ସବ୍ ସେକ୍ସନ୍ (୧) ଅଧିନରେ ପ୍ରଫେସର ସନ୍ତୋଷଙ୍କୁ ନିଯୁକ୍ତି କରିଛନ୍ତି । ସେ ଏହି ପଦବୀରେ ଚାରି ବର୍ଷ ପାଇଁ ରହିବେ ।
ଏହାପୂର୍ବରୁ ପ୍ରଫେସର ସନ୍ତୋଷ ଉତ୍କଳ ବିଶ୍ୱବିଦ୍ୟାଳୟର ପର୍ଶନଲ୍ ମ୍ୟାନେଜମେଣ୍ଟ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍ ରିଲେସନ୍ର ବରିଷ୍ଠ ଅଧ୍ୟାପକ ରହିଥିଲେ । ଏହାସହ ସେ ସେହି ବିଶ୍ୱବିଦ୍ୟାଳରେ ପିଏମ୍ଏଣ୍ଡଆଇଆର୍ ବିଭାଗରେ ଅଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ । ସେ ୩୦ବର୍ଷରୁ ଅଧିକ ଦିନ ଧରି ଶିକ୍ଷାଦାନ କରିଆସୁଛନ୍ତି । ସେ ୧୦ଟି ପୁସ୍ତକ ରଚନା କରିଛନ୍ତି । ଏହା ସମେତ ସେ ୧୭ ଜଣ ପିଏଚ୍ଡି ଏବଂ ୪୦ ଜଣ ଏମ୍ଫିଲ୍ ଛାତ୍ରଛାତ୍ରୀଙ୍କୁ ସଫଳତାର ସହ ମାଗଦର୍ଶନ କରାଇଛନ୍ତି ।

Comments are closed.