ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ସମ୍ମାନ

ରିଓ ଡେ‌ ଜେନେରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବ୍ରାଜିଲର ସର୍ବୋଚ୍ଚ ବେସାମରିକ ସମ୍ମାନ ମିଳିଛି। ବ୍ରାଜିଲ ସରକାର ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଗ୍ରାଣ୍ଡ୍‌ କଲାର୍‌ ଅଫ୍ ଦି ନ୍ୟାସନାଲ ଅର୍ଡର ଅଫ୍ ଦି ସାଉଥ୍ କ୍ରସ୍’ରେ ସମ୍ମାନିତ କରିଛନ୍ତି। ବ୍ରାଜିଲ୍ ରାଷ୍ଟ୍ରପତି ଲୁଲା ଡା ସିଲଭା ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରିଛନ୍ତି। ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ କରିବା ଏବଂ ପ୍ରମୁଖ ବୈଶ୍ୱିକ ପ୍ଲାଟ୍‌ଫର୍ମରେ ଭାରତ-ବ୍ରାଜିଲ ସହଯୋଗ ବୃଦ୍ଧିରେ ଉଲ୍ଲେଖନୀୟ ଅବଦାନ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୨୦୧୪ ମେ’ମାସରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ ମୋଦୀଙ୍କୁ ପ୍ରଦାନ କରାଯାଇଥିବା ଏହା ହେଉଛି ୨୬ତମ ଅନ୍ତର୍ଜାତୀୟ ସମ୍ମାନ। ପ୍ରଧାନମନ୍ତ୍ରୀ ମୋଦୀ ବ୍ରାଜିଲ ସରକାରଙ୍କୁ ତାଙ୍କ ଭବ୍ୟ ସ୍ୱାଗତ, ସର୍ବୋଚ୍ଚ ସମ୍ମାନ ପାଇଁ କୃତଜ୍ଞତା ଜଣାଇଛନ୍ତି । ୧୪୦ କୋଟି ଭାରତୀୟଙ୍କ ପାଇଁ ଏହା ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ‘ଆଜି ରାଷ୍ଟ୍ରପତି ମୋତେ ବ୍ରାଜିଲର ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବା କେବଳ ମୋ ପାଇଁ ନୁହେଁ ବରଂ ୧୪୦ କୋଟି ଭାରତୀୟଙ୍କ ପାଇଁ ଅତ୍ୟନ୍ତ ଗର୍ବ ଓ ଖୁସିର ମୁହୂର୍ତ୍ତ । ଏଥିପାଇଁ ମୁଁ ବ୍ରାଜିଲ ସରକାର ଓ ଜନସାଧାରଣଙ୍କୁ ହୃଦୟରୁ କୃତଜ୍ଞତା ଜଣାଉଛି ବ‌ୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Launching Ceremony of “AYUSHMAN BHARAT

Comments are closed.