ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲାରେ କ୍ରେଜୱାଲଙ୍କୁ ସମନ କଲେ ଅହମଦାବାଦ ମାଜିଷ୍ଟ୍ରେଟ୍‌

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲାରେ ଅହମଦାବାଦର ଏକ ଅଦାଲତ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ଆପ୍ ରାଜ୍ୟସଭା ସାଂସଦ ସଂଜୟ ସିଂହଙ୍କୁ ସମନ୍ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଡିଗ୍ରି ମାମଲାରେ ଗୁଜୁରାଟ ବିଶ୍ବବିଦ୍ୟାଳୟ ବିରୋଧରେ ମାନହାନିକାରକ ମନ୍ତବ୍ୟ ଦେଇଥିବା ଅଭିଯୋଗ ଆଧାରରେ ଅତିରିକ୍ତ ଚିଫ୍ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଜୟେଶଭାଇ ଚୋଭାତୀୟା ଶନିବାର ଆପ୍ର ଏହି ଦୁଇ ନେତାଙ୍କୁ ମେ ୨୩ ତାରିଖରେ ହାଜର ହେବାପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଗୁଜରାଟ ବିଶ୍ବବିଦ୍ୟାଳୟ କୁଳପତି ପୀୟୂଷ ପଟେଲଙ୍କ ଅଭିଯୋଗ ଆଧାରରେ ଆଇପିସିର ଧାରା ୫୦୦(ମାନହାନି) ଅଧୀନରେ ଉକ୍ତ ମାମଲା ରୁଜୁ ହୋଇଛି। ଏପରିକି କେଜ୍ରିୱାଲ ବ୍ୟକ୍ତିଗତ ଭାବେ ବିବୃତି ଦେଇଥିବାରୁ ମାମଲାରୁ ତାଙ୍କ ନାମରୁ ମୁଖ୍ୟମନ୍ତ୍ରୀ ହଟାଇବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତା ମାମଲାର ସୂଚନା ଦେବାଲାଗି ମୁଖ୍ୟ ସୂଚନା କମିସନ ଦେଇଥିବା ନିର୍ଦ୍ଦେଶକୁ ଗୁଜରାଟ ହାଇକୋର୍ଟ ଖାରଜ କରିଦେବା ପରେ କେଜ୍ରିୱାଲ ଓ ସିଂହ ଏକ ସାମ୍ବାଦିକ ସମ୍ମିଳନୀରେ ବିଶ୍ବବିଦ୍ୟାଳୟ ବିରୋଧରେ ଟିପ୍ପଣୀ ଦେଇଥିଲେ। ସେମାନଙ୍କର ଟିପ୍ପଣୀ ଗୁଜୁରାଟ ବିଶ୍ବବିଦ୍ୟାଳୟର ସମ୍ମାନକୁ ଆଞ୍ଚ ଆଣିଛି ବୋଲି ଅଭିଯୋଗ କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.