ପ୍ରଥମ ପ୍ରତିଯୋଗୀ

0

ରିଆଲିଟି ଶୋ ବିଗବସ୍ ଆରମ୍ଭ ହେବା ଆଗରୁ ଏହାର ପ୍ରତିଯୋଗୀ ତାଲିକାକୁ ନେଇ ଅନେକ ଆଲୋଚନା ଦେଖିବାକୁ ମିଳିଥାଏ । କିଏ ସିଜିନରେ ଭାଗନେବେ ସେମାନଙ୍କର ନାଁକୁ ନେଇ ଅନେକ ଆକଳନ କରାଯାଇଥାଏ । ଏଥିରେ ଅନେକ ନାମୀ ଦାମୀ କଳାକାରଙ୍କ ନାଁ ଚର୍ଚ୍ଚାକୁ ଆସିଥାଏ । ତେବେ ସୂଚନା ଅନୁସାରେ ଏହାର ୧୯ତମ ସଂସ୍କରଣ ଖୁବ ଶୀଘ୍ର ଆସିବାକୁ ଯାଉଛି । ତେବେ ଏହାର ପ୍ରଥମ ପ୍ରତିଯୋଗୀଭାବେ ଟେଲି ଆକ୍ଟ୍ରେସ ମୀରା ଦେଓସଥଲେ ଫାଇନାଲ ହୋଇଥିବାନେଇ ଚର୍ଚ୍ଚା ହେଉଛି । ତାଙ୍କ ନାଁରେ ବିଗବସ ଟିମ ପକ୍ଷରୁ ମୋହର ମରାଯାଇ ନାହିଁ, ତେଣୁ ଏହା ସତ କି ନାହିଁ ତାକୁ ନେଇ ମଧ୍ୟ ଚର୍ଚ୍ଚା ଲାଗି ରହିଛି । ପୂର୍ବରୁ ମୀରାଙ୍କୁ ଏଥିପାଇଁ ଆପ୍ରୋଚ କରାଯାଇଥିଲେ ମଧ୍ୟ ସେ ମନା କରିଥିଲେ । ହେଲେ ଚଳିତ ଥର ସେ ଏଥିରେ ଭାଗନେବାରୁ ଆଗ୍ରହୀ ଥିବାନେଇ ଆଲୋଚନା ହେଉଥିଲା । ତେବେ ସିଜିନ୍ ଆରମ୍ଭ ହେଲା କିମ୍ବା ବିଗ୍ ବସ୍ ପକ୍ଷରୁ ଔପଚାରିକ ଭାବେ ଘୋଷଣା ହେଲେ ଏନେଇ ସ୍ପଷ୍ଟ ସୂଚନା ଜଣା ପଡିବ ।

Leave A Reply

Your email address will not be published.