ପ୍ରଥମ ଅନୁଭୂତି ଭଲ ନଥିଲା

0

କଲ୍କି କୋଚଲିନ୍‌ ବର୍ତ୍ତମାନ ନିଜ ସାକ୍ଷାତକାରକୁ ନେଇ ଖୁବ ଚର୍ଚ୍ଚାରେ ଅଛନ୍ତି । ନିକଟରେ ସେ ଦେଇଥିବା ଏକ ସାକ୍ଷାତକାରରେ ନିଜର ପ୍ରଥମ ଫିଲ୍ମକୁ ଅନୁଭୂତି ବଖାଣିଛନ୍ତି । ତାଙ୍କ ଫିଲ୍ମ ଦେବ୍‌ ଡି ପାଇଁ ସମୀକ୍ଷକଙ୍କ ପାଖରୁ ତାଙ୍କୁ ଖୁବ ପ୍ରଶଂସା ମିଳିଥିଲା ହେଲେ ଅନ୍‌ଲାଇନ ତାଙ୍କୁ ଟ୍ରୋଲିଂର ସାମନା କରିବାକୁ ପଡିଥିଲା । ସେତେବେଳେ ଲୋକ ତାଙ୍କୁ ଅସୁନ୍ଦର ବୋଲି ସମାଲୋଚନା କରିଥିଲେ ବୋଲି କଲ୍କି ମତ ଦେଇଛନ୍ତି । ସେହିଭଳି ଥରେ ଜଣେ ସାମ୍ବାଦିକ ତାଙ୍କୁ ରୁଷିଅ ମଡେଲ ବୋଲି ସମ୍ଭୋଧନ କରିଥିଲେ ଯାହା ତାଙ୍କୁ ଖୁବ ଖରାପ ଲାଗିିଥିଲା । ଦେବ୍‌ ଡିରେ କାମ କରି ସେ ଖୁସିଥିଲେ, ହେଲେ ତାଙ୍କ ଲୁକ୍‌କୁ ନେଇ ହୋଇଥିବା ସମାଲୋଚନା ତାଙ୍କୁ ବିଚଳିତ କରିଥିବା କଲ୍କି ପ୍ରକାଶ କରିଛନ୍ତି । ଫିଲ୍ମ ଭଲ ହୋଇଥିଲେ ମଧ୍ୟ ଏହି ଫିଲ୍ମ ପରେ ତାଙ୍କୁ ୨ ବର୍ଷ ପର୍ଯ୍ୟନ୍ତ କାମ ମିଳିନଥିଲା । ସେହିପରି ଲୁକ୍‌କୁ ନେଇ ସମାଲୋଚନା କାରଣରୁ ତାଙ୍କୁ ମିରର ଦେଖିବାକୁ ମଧ୍ୟ ଡର ଲାଗିଥିବା ସେ ପ୍ରକାଶ କରିଛନ୍ତି । ସେ ନିଜକୁ ସେତେବେଳେ ଖୁବ ଅସୁନ୍ଦର ଭାବୁଥିବା ମତ ଦେଇଛନ୍ତି । ସେହିଭଳି ସେ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍‌ର ସାମନା ମଧ୍ୟ କରିଥିବା ପୂର୍ବରୁ ପ୍ରକାଶ କରିଛନ୍ତି । ଆଗକୁ କଲ୍କିଙ୍କର ଇଂରାଜୀ ଫିଲ୍ମ ଏମ୍ମା ଆଣ୍ଡ ଏଞ୍ଜେଲରେ ଦେଖିବାକୁ ମିଳିବ ।

Leave A Reply

Your email address will not be published.