ପ୍ରଣବଙ୍କ ନିକଟରେ ନିର୍ମାଣ ହେବ ମନମୋହନଙ୍କ ସ୍ମାରକୀ

ନୂଆଦିଲ୍ଲୀ: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକ ନିର୍ମାଣ ନେଇ କେନ୍ଦ୍ର ସରକାର ତାଙ୍କ ପରିବାର ସଦସ୍ୟଙ୍କୁ ଏକ ପ୍ରସ୍ତାବ ଦେଇଛନ୍ତି। ମିଳିଥିବା ସୂଚନାନୁଯା‌ୟୀ ସ୍ମୃତି ସ୍ଥଳରେ ଦେଶର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ମାରକ ସ୍ଥଳ ନିର୍ମାଣ କରିବାପାଇଁ ଦିଆଯାଇଥିବା ଜାଗା ନିକଟରେ ସରକାର ମନମୋହନଙ୍କ ସ୍ମାରକ ନିର୍ମାଣ ପାଇଁ ପ୍ରସ୍ତାବ ଦେଇଛନ୍ତି ଏବଂ ଏନେଇ ମନମୋହନଙ୍କ ପରିବାର ସଦସ୍ୟଙ୍କ ସ୍ବୀକୃତିକୁ ଅପେକ୍ଷା‌ କରିଛନ୍ତି। ଆବାସ ଏବଂ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପ୍ରଥମେ ସିଂହଙ୍କ ପରିବାରକୁ ଏହି ନିଷ୍ପତ୍ତି ସଂକ୍ରାନ୍ତରେ ଅବଗତ କରିଥିଲେ। ଜାନୁଆରିରେ ସରକାରୀ ଅଧିକାରୀମାନେ ରାଷ୍ଟ୍ରୀୟ ସ୍ମୃତି ସ୍ଥଳ ଯାଇ ସ୍ମାରକ ସ୍ଥଳ ଯୋଜନା ସଂକ୍ରାନ୍ତରେ ଘୋଷଣା କରିଥିଲେ। ଉକ୍ତ ସ୍ଥାନକୁ ଆସି ଯାଞ୍ଚ କରିବାପାଇଁ ସିଂହଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଅବଗତ କରାଯାଇଥିଲା। କିନ୍ତୁ ଏହି କାର୍ଯ୍ୟ ଏଯାବତ୍‌ ହୋଇପାରିନଥିବା ଜଣାପଡ଼ିଛି।

Govt

Comments are closed.