ନୂଆଦିଲ୍ଲୀ: ଆଜି ପ୍ରକାଶ ପାଇଲା NIRF (ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍ ରାଙ୍କିଂ ଫ୍ରେମୱାର୍କ) ବିଶ୍ବବିଦ୍ୟାଳୟ ରାଙ୍କିଂ-୨୦୨୫ । ଶିକ୍ଷା ମନ୍ତ୍ରଣାଳୟ (MoE) ଦ୍ୱାରା ଅନୁମୋଦିତ ଏହି ତାଲିକାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରକାଶ କରିଛନ୍ତି । ଏହି ରାଙ୍କିଂରେ ଶୀର୍ଷରେ IIT ମାଡ୍ରାସ ରହିଥିବାବେଳେ ୨ୟରେ ରହିଛି ମିରଣ୍ଡା ଏବଂ ତୃତୀୟାରେ ରହିଛି ହଂସରାଜ କଲେଜ । କିନ୍ତୁ ସବୁଠାରୁ ବଡ଼ କଥା ହେଉଛି, ଟପ-୧୦ ରେ ନାହିଁ ଓଡ଼ିଶାର କୌଣସି ବିଶ୍ବବିଦ୍ୟାଳୟ କି କଲେଜ । ଏହି ରାଙ୍କିଂ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଷ୍ଠ କଲେଜ ଏବଂ ବିଶ୍ୱବିଦ୍ୟାଳୟ ବାଛିବା ସହଜ କରିଥାଏ ।
କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀରେ ଆନୁଷ୍ଠାନିକ ଭାବରେ ଏହି ରାଙ୍କିଂ ପ୍ରକାଶ କରିଛନ୍ତି। NIRFର ସରକାରୀ ୱେବସାଇଟ୍ ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା nirfindia.org ରେ ଉପଲବ୍ଧ କରାଯାଇଛି। ଏହି ବର୍ଷ ମଧ୍ୟ IIT ମାଡ୍ରାସ ଏକ ନମ୍ବର ସ୍ଥାନରେ ରହିଛି। ଏହି ପ୍ରତିଷ୍ଠାନ ଲଗାତାର ଦଶମ ଥର ପାଇଁ ଏହି ରାଙ୍କ୍ ଅଧିକାର କରିଛି। ତେବେ ପ୍ରତିବର୍ଷ ଶୀର୍ଷ ସ୍ଥାନ ଅଧିକାର ପାଇଁ IISc ବେଙ୍ଗାଲୁରୁ ‘ବିଶ୍ୱବିଦ୍ୟାଳୟ’ ଏବଂ IIT ମାଡ୍ରାସ ମଧ୍ୟରେ ପ୍ରତିଯୋଗିତା ହୋଇଥାଏ ଇ ଗତବର୍ଷ ମଧ୍ୟ IIT ମାଡ୍ରାସ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ IISc ବେଙ୍ଗାଲୁରୁ ‘ବିଶ୍ୱବିଦ୍ୟାଳୟ’ ମଧ୍ୟ ପ୍ରଥମ ସ୍ଥାନ ଅଧିକାର କରିଥିଲା ।
ଏଥର ରାଙ୍କିଂରେ ଇଞ୍ଜିନିୟରିଂ, ମେଡିକାଲ୍, ମ୍ୟାନେଜମେଣ୍ଟ, ଡେଣ୍ଟାଲ୍, ଫାର୍ମାସି, ଆଇନ ବା କାନୁନ ଏବଂ ରିସର୍ଚ୍ଚ ବା ଗବେଷଣା ସମେତ ଅନେକ ବର୍ଗ ଅନ୍ତର୍ଭୁକ୍ତ। ଏହା ସହିତ, ବିଶ୍ୱବିଦ୍ୟାଳୟ ଏବଂ ସାମଗ୍ରିକ ବର୍ଗରେ ମଧ୍ୟ ପ୍ରତିଷ୍ଠାନର ରାଙ୍କିଂ ସ୍ଥିର କରାଯାଇଛି। ଏହି ତାଲିକା ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟୟନ, ଗବେଷଣା ଏବଂ ସ୍ଥାନ ନିରୂପଣ ଦୃଷ୍ଟିରୁ କେଉଁ କଲେଜ ଭଲ ତାହା ବୁଝିବା ସହଜ କରିବ। ଏହି କାରଣରୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ NIRF ରାଙ୍କିଂ ପାଇଁ ଅପେକ୍ଷା କରନ୍ତି।

Comments are closed.