ପୁରୁଷମାନେ ବି ହୋଇଥାଆନ୍ତି ନିର୍ଯାତିତ

ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ସମୟରେ ହିରୋଇନ୍‌ମାନେ କାଷ୍ଟିଂ କାଉଚର ଅଭିଯୋଗ ଆଣନ୍ତି । ହେଲେ ଖୁବ କମ ହିରୋମାନେ ଅଛନ୍ତି ଯେଉଁମାନେ ଏହାର ସାମନା କରିଥାଆନ୍ତି । ଏହି ତାଲିକାରେ ଯୋଡି ହୋଇଛନ୍ତି ରାଜୀବ ଖଣ୍ଡେଲବାଲ, ଯିଏ ଇଣ୍ଡଷ୍ଟ୍ରୀରେ କାଷ୍ଟିଂ କାଉଚ୍‌ର ସାମନା କରିଥିବା ନିକଟରେ ପ୍ରକାଶ କରିଛନ୍ତି । ତାଙ୍କର ଏକ ସାକ୍ଷାତକାର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ନିଜର ଅନୁଭୂତି ବଖାଣିବା ସମୟରେ ଖୁବ ଭାବବିହ୍ୱଳ ହୋଇପଡିଥିଲେ ଏହି ଅଭିନେତା । ଖୁବ କଷ୍ଟରେ ସେହି ପରିସ୍ଥିତିର ସାମନା କରିବା ସହିତ ସେଥିରୁ ବାହାରିଥିଲେ ବୋଲି ମତ ଦେଇଛନ୍ତି । କ୍ୟାରିୟରର ଆରମ୍ଭରେ ତାଙ୍କୁ ଏଭଳି ପରିସ୍ଥିତିର ସାମନା କରିବାକୁ ପଡିଥିଲା । ତେବେ ଏଭଳି ପରିସ୍ଥିତିକୁ ବେଳେବେଳେ ଖୁବ ସହଜରେ ହ୍ୟାଣ୍ଡେଲ କରିହୁଏ କିନ୍ତୁ ବେଳେବେଳେ କଷ୍ଟ ହୋଇଥାଏ । ପ୍ରଥମେ ନିଜକୁ ବୁଝିବାର ଅଛି ଏବଂ ନିଜର ପ୍ରତିଭା ଉପରେ ଭରସା କରିବାର ଅଛି । ଆତ୍ମବିଶ୍ୱାସ ହିଁ ଏଭଳି ପରିସ୍ଥିତିର ସମାଧାନ ହୋଇଥାଏ ବୋଲି ରାଜୀବ ପ୍ରକାଶ କରିଛନ୍ତି । ରାଜୀବଙ୍କୁ ଛୋଟପରଦାରେ ଅନେକ ଧାରାବାହିକରେ ଦେଖିବାକୁ ମିଳିଛି । ଏହାସହିତ ଅନେକ ବଲିଉଡ ଫିଲ୍ମ ଓ େଓବ୍‌ସିରିଜ୍‌ରେ ତାଙ୍କୁ ଦେଖିବାକୁ ମିଳିଛି ।

Govt

Comments are closed.