ପୁରୁଣା କଳି

0

ବିପାଶା ବସୁଙ୍କ ପରେ ବର୍ତ୍ତମାନ ମୃଣାଳ ଠାକୁର ଅନୁଷ୍କା ଶର୍ମାଙ୍କ ଉପରେ ବୟାନ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ମୃଣାଳଙ୍କର ଏକ ପୋଡକାଷ୍ଟ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏଥିରେ ଅନୁଷ୍କାଙ୍କୁ ନେଇ ମୃଣାଳ ଅସହିଷ୍ଣୁ ମନ୍ତବ୍ୟ ଦେଇଥିବା ଜଣା ପଡିଛି । ସେ ଅନୁଷ୍କାଙ୍କ ସହିତ ନିଜକୁ ତୁଳନା କରିବା ସହିତ ନିଜକୁ ତାଙ୍କ ଠାରୁ ଭଲ ବୋଲି ମନ୍ତବ୍ୟ ଦେଇଛନ୍ତି । ତେବେ ଏହି କଳି ଆଜିର ନୁହେଁ ବେଶ୍‌ ପୁରୁଣା । ସୂଚନା ଅନୁସାରେ ଫିଲ୍ମ ସୁଲତାନ ପାଇଁ ପ୍ରଥମେ ମୃଣାଳଙ୍କୁ ଫାଇନାଲ କରାଯାଇଥିଲା । ହେଲେ ପରେ ଅନୁଷ୍କା ତାଙ୍କୁ ରିପ୍ଲେସ କରିଥିଲେ । ସେବେଠାରୁ ଉଭୟଙ୍କ ଭିତରେ ଭଲ ପଡୁନାହିଁ ବୋଲି ଆଲୋଚନା ହୋଇଥାଏ । ଅନୁଷ୍କା ବର୍ତ୍ତମାନ କାମ କରୁନାହାନ୍ତି ହେଲେ ସେ କାମ କରୁଛନ୍ତି ଯାହା ତାଙ୍କ ପାଇଁ ଏକ ବଡ ଜିତ୍‌ । ତେବେ ଏହାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଅନୁଷ୍କାଙ୍କ ଫ୍ୟାନ । ସମସ୍ତେ ମୃଣାଳଙ୍କର ଖୁବ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି । ବିପାଶାଙ୍କ ପରେ ଅନୁଷ୍କାଙ୍କ ପ୍ରତି ତାଙ୍କର ଏଭଳି ମନ୍ତବ୍ୟ ଭଲ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି । ପୋଡକାଷ୍ଟ ଭାଇରାଲ ହେବାପରେ ମୃଣାଳଙ୍କୁ ସୋସିଆଲ ମିଡିଆରେ ଅନେକ ଲୋକ ସମାଲୋଚନା କରୁଥିବା ଦେଖିବାକୁ ମିଳୁଛି ।

Govt
Leave A Reply

Your email address will not be published.