ପୁନର୍ବାର ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ ସି ଜିନପିଙ୍ଗ

ବେଜିଙ୍ଗ : ଚୀନର ଶାସକ କମ୍ୟୁନିଷ୍ଟ ପାର୍ଟି ଅଫ ଚୀନ (ସିପିସି)ର ମହାସଚିବ ଭାବେ ପୁନର୍ବାର ନିର୍ବାଚିତ ହୋଇଛନ୍ତି ସି ଜିନ୍‌ପିଙ୍ଗ। ସିପିସିର ମହାସଚିବ ସହିତ ଜିନପିଙ୍ଗ କ୍ରମାଗତ ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ପଦ ବଜାୟ ରଖିଛନ୍ତି। ଏହା ସହିତ ସେ ଦେଶର ସେଣ୍ଟ୍ରାଲ ମିଲିଟାରୀ କମିସନ ମୁଖ୍ୟ ପଦ ବା ସେନାର ସୁପ୍ରିମ କମାଣ୍ଡର ପଦ ମଧ୍ୟ ବଜାୟ ରଖିଛନ୍ତି। ତୃତୀୟ ଥର ପାଇଁ ଚୀନର ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଛନ୍ତି ସି ଜିନପିଙ୍ଗ ।

ଚୀନର ୧୪ତମ ନ୍ୟାସନାଲ ପିପୁଲ୍ସ କଂଗ୍ରେସର ବୈଠକରେ ସର୍ବସମ୍ମତି କ୍ରମେ ସି ଜିନପିଙ୍ଗଙ୍କୁ ଚୀନର ଅଧ୍ୟକ୍ଷ ତଥା କେନ୍ଦ୍ରୀୟ ସୈନ୍ୟ ଆୟୋଗର ଅଧ୍ୟକ୍ଷ ନିର୍ବାଚିତ କରାଯାଇଛି । ଶୁକ୍ରବାର ଚୀନ ସଂସଦରେ ଜିନପିଙ୍ଗଙ୍କ ତୃତୀୟ ପଞ୍ଚବର୍ଷୀୟ କାର୍ଯ୍ୟକାଳକୁ ସମ୍ମତି ମିଳିଛି ।

ପାଞ୍ଚ ବର୍ଷରେ ଥରେ ଅନୁଷ୍ଠିତ ହେଉଥିବା କମ୍ୟୁନିଷ୍ଟ ଦଳର କଂଗ୍ରେସରେ ଅକ୍ଟୋବର ମାସରେ ୬୯ ବର୍ଷୀୟ ଜିନପିଙ୍ଗଙ୍କୁ ନିଜର ନେତା ଭାବେ ନିର୍ବାଚିତ କରିଥିଲା । ଜିନପିଙ୍ଗ କମ୍ୟୁନିଷ୍ଟ ଦଳର ପ୍ରଥମ ଏହିଭଳି ନେତା ଯିଏ ତୃତୀୟ ଥର ପାଇଁ ରାଷ୍ଟ୍ରପତି ଭାବେ କାର୍ଯ୍ୟଭାର ସମ୍ଭାଳିବାକୁ ଯାଉଛନ୍ତି । ତାଙ୍କ ପୂର୍ବରୁ ଦଳ ସଂସ୍ଥାପକ ମାଓ ସେତୁଙ୍ଗ ଦୁଇ ଥର ନିଜର ପାଞ୍ଚ-ପାଞ୍ଚ ବର୍ଷୀୟା କାର୍ଯ୍ୟକାଳ ସମ୍ଭାଳିଥିଲେ ।

Launching Ceremony of “AYUSHMAN BHARAT

Comments are closed.