ପୁଣି ଶ୍ରୀମନ୍ଦିର ଭିତର ବେଢାର ଫଟୋ ଭାଇରାଲ

0

ପୁରୀ : ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ଗୁରୁତର ତ୍ରୁଟି । ପୁଣି ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ବେଢାର ଫଟୋ । ମହାରାଷ୍ଟ୍ର ଭକ୍ତ ଵୈଭବ ଦୁରେ ପାଟିଲ ଏହି ଫଟୋ ଭାଇରାଲ କରିଥିବା ଜଣାପଡିଛି। ମନ୍ଦିର ପରିସରରେ ଥିବା ଛାତ ଉପରେ ଛିଡାହୋଇ ଫଟୋ ଉଠାଇଥିବା ସୂଚନା ମିଳିଛି। ଫଟୋକୁ ସେ ଇନଷ୍ଟାଗ୍ରାମ ସାଇଟରେ ପୋଷ୍ଟ କରିଛନ୍ତି।

କେମିତି ଓ କିପରି ମୋବାଇଲ କିମ୍ବା କ୍ୟାମେରା ନେଇ ଶ୍ରୀମନ୍ଦିରରେ ପ୍ରବେଶ କଲେ ଯୁବକ ଜଣଙ୍କ, ତାକୁ ନେଇ ଉଠିଲା ପ୍ରଶ୍ନ । ବାରମ୍ବାର ବାରଣ ସତ୍ୱେ ଏପରି ତ୍ରୁଟି କିପରି ହେଉଛି, ତାକୁ ନେଇ ଉଠୁଛି ପ୍ରଶ୍ନ । ପୂର୍ବରୁ ମଧ୍ୟ ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ହୋଇଛି । ତେବେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥାରେ ବ୍ୟାପକ ଢିଲା ଯୋଗୁଁ ଶ୍ରଦ୍ଧାଳୁ ମାନେ ବାରମ୍ବାର ଏଇଭଳି ଘଟଣା ଘଟାଇ ଅନାୟାସରେ ଖସି ଯାଉଥିବାରୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି ।

Govt
Leave A Reply

Your email address will not be published.