ଦିଲ୍ଲୀ: ଅଗଷ୍ଟ ୨୩: କରୋନାର ଦ୍ୱିତୀୟ ଲହର ଯୋଗୁଁ ବନ୍ଦ ଥିବା ‘ଭୁଲ୍ ଭୁଲୈୟା ୨’ର ସୁଟିଂ ଆରମ୍ଭ ହୋଇଛି । ‘ଭୁଲ୍ ଭୁଲୈୟା ୨’ରେ ଅଭିନୟ କରୁଥିବା ଅଭିନେତା କାର୍ତ୍ତୀକ ଆୟାନ୍ ତାଙ୍କର ସୁଟିଂ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ଏନେଇ ସେ ତାଙ୍କ ପ୍ରଶଂସକଙ୍କୁ ଇନ୍ଷ୍ଟାଗ୍ରାମ ମାଧ୍ୟମରେ ଏକ ଫଟୋ ସେୟର କରି ସୂଚନା ଦେଇଛନ୍ତି । ଫଟୋରେ ତାଙ୍କ ସହିତ ଅଭିନେତ୍ରୀ ତବୁ ରହିଛନ୍ତି । ଫଟୋଟି ଅଭିନେତା ସେୟାର୍ କରିବାର ୨୪ ଘଣ୍ଟା ନପୂରୁଣୁ ୭ ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ୍ ଆସିଛି । ସୂଚନା ଅନୁସାରେ ଏହି ଫିଲ୍ମରେ କାର୍ତ୍ତୀକଙ୍କ ନାୟିକା ଭୂମିକାରେ ଦେଖାଦେବେ ଅଭିନେତ୍ରୀ କିଆରା ଆଡଭାନୀ । ତେବେ ଫିଲ୍ମରେ ତବୁଙ୍କ ଅଭିନୟ ନେଇ ଏବେବି ରହସ୍ୟ ରହିଛି । ଫିଲ୍ମର କାହାଣୀ ଏକ ହରର୍ ଓ କମେଡି କାହାଣୀ ଉପରେ ପର୍ଯ୍ୟବେଶିତ । ଅନିଜ ବାଜମୀ ଏହି ଫିଲ୍ମର ନିର୍ଦ୍ଦେଶନା କାର୍ଯ୍ୟ କରୁଛନ୍ତି । ଫରହାଦ ସାମଜୀ ଏବଂ ଆକାଷ କୌଶିକ ଏହି ଫିଲ୍ମର କାହାଣୀ ଲେଖିଛନ୍ତି । ତେବେ ଫିଲ୍ମଟି ସିନେମା ହଲ୍ରେ ନୁହେଁ ବରଂ ଓଟିଟି ପ୍ଲାଟ୍ଫର୍ମରେ ରିଲିଜ ହେବ ବୋଲି ସୂଚନା ମିଳିଛି । ଫିଲ୍ମର ପ୍ରଥମ ଭାଗରେ ଅଭିନେତା ଅକ୍ଷୟ କୁମାର ଓ ଅଭିନେତ୍ରୀ ବିଦ୍ୟା ବଲାନ ଅଭିନୟ କରିଥିଲେ, ଯାହାକୁ କି ଦର୍ଶକ ଖୁବ୍ ପ୍ରଶଂସା କରିଥିଲେ ।

Comments are closed.