ପାଲେଷ୍ଟାଇନକୁ ରାଷ୍ଟ୍ର ସ୍ବୀକୃତି ଦେଲେ ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ

ଗାଜା : ବ୍ରିଟେନ, କାନାଡା ଓ ଅଷ୍ଟ୍ରେଲିଆ ରବିବାର ପାଲେଷ୍ଟାଇନକୁ ଏକ ସାର୍ବଭୌମ ରାଷ୍ଟ୍ର ଭାବରେ ସ୍ୱୀକୃତି ଦେଇଛନ୍ତି। ଆମେରିକାଠାରୁ ନିଜର ବିଦେଶ ନୀତିକୁ ଅଲଗା ଦର୍ଶାଇ ବ୍ରିଟେନ ଏହି ପଦକ୍ଷେପ ନେଇଛି। ବ୍ରିଟେନ ପ୍ରଧାନମନ୍ତ୍ରୀ ଅନ୍ୟ ୧୪୦ଟି ଦେଶ ପରି ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ରର ସ୍ବୀକୃତି ଦେଇଛି। ବ୍ରିଟେନର ଏହି ପଦକ୍ଷେପ ଇସ୍ରାଏଲ ଓ ଆମେରିକା ବିରୋଧରେ ଯାଇଛି। ପାଲେଷ୍ଟାଇନ ବିଦେଶ ମନ୍ତ୍ରୀ ଭାର୍ସେନ ଆଘାବେକିଆନ୍ ସାହିନ କହିଛନ୍ତି, ଚଳିତ ସପ୍ତାହରେ ପାଲେଷ୍ଟାଇନକୁ ସ୍ବତନ୍ତ୍ର ରାଷ୍ଟ୍ର ଭାବେ ସ୍ବୀକୃତି ବଢ଼ିବାରେ ଲାଗିଛି। ଏହି ପଦକ୍ଷେପ ଆମକୁ ସାର୍ବଭୌମ ଏବଂ ସ୍ବାଧୀନତାର ନିକଟବର୍ତ୍ତୀ କରୁଛି। ତେବେ ବ୍ରିଟେନର ଏହି ପଦକ୍ଷେପକୁ ଇସ୍ରାଏଲ ପକ୍ଷରୁ ନିନ୍ଦା କରାଯାଇଛି। ଏହା ହମାସକୁ ପୁରସ୍କୃତ କରିବା ପରି ହୋଇଛି ବୋଲି କୁହାଯାଇଛି। ତେବେ ଷ୍ଟାର୍ମର କହିଛନ୍ତି, ଏହାଦ୍ବାରା ପାଲେଷ୍ଟାଇନରେ ହମାସର ଆଉ କୌଣସି ଭୂମିକା ରହିବ ନାହିଁ। ବ୍ରିଟେନର ଏହି ଘୋଷଣା ପୂର୍ବରୁ ପ୍ରଥମ ଜି୭ ‌ରାଷ୍ଟ୍ର ଭାବେ କାନାଡା ପାଲେଷ୍ଟାଇନକୁ ସ୍ବୀକୃତି ଦେଇଥିଲା। କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନେ ଉଭୟ ଇସ୍ରାଏଲ ଏବଂ ପାଲେଷ୍ଟାଇନ ପାଇଁ ଶାନ୍ତିପୂର୍ଣ୍ଣ ଭବିଷ୍ୟର କାମନା କରିଛନ୍ତି। ଏହାର କିଛି ସମୟ ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜ୍ ମଧ୍ୟ ପାଲେଷ୍ଟାଇନ ପାଇଁ ସ୍ବୀକୃତି ଘୋଷଣା କରିଥିଲେ।

Launching Ceremony of “AYUSHMAN BHARAT

Comments are closed.