ଭୁବନେଶ୍ୱର : ପାର୍ବଣ ପାଇଁ କମିଶନରେଟ ପୋଲିସ ଜାରି କଲା ଟ୍ରାଫିକ କଟକଣା । ପୂଜାରେ ଭିଡ଼ ନିୟନ୍ତ୍ରଣ ସହ ଜନସାଧାରଣଙ୍କ ସୁବିଧାକୁ ଦେଖି କଟକଣା ଲାଗୁ ହୋଇଛି । ସେପ୍ଟେମ୍ବର ୨୭ ତାରିଖରୁ ଅକ୍ଟୋବର ୨ ପର୍ଯ୍ୟନ୍ତ ଭାରୀ ଯାନ ପାଇଁ ଏହି କଟକଣା ଲାଗୁ ହେବ । ଏହି ଦିନ ମାନଙ୍କରେ ଦିନ ୨ଟାରୁ ରାତି ୨ଟା ପର୍ଯ୍ୟନ୍ତ ସହରକୁ ପଶି ପାରିବେନି କୌଣସି ଭାରୀ ଯାନ । ସହର ଭିତରେ ଭାରୀଯାନ ପ୍ରବେଶରେ ରୋକ୍ ଲଗାଇଛି କମିଶନରେଟ ପୋଲିସ।
ଏନ୍ଏଚ୍ ନଂ-୧୬ରୁ ସହର ଭିତରକୁ ଲମ୍ବିଥିବା ସମସ୍ତ ରାସ୍ତାରେ ଭାରୀଯାନ ପ୍ରବେଶ କରିପାରିବନି । ଜୟଦେବବିହାର ଛକଠୁ କଳିଙ୍ଗ ଷ୍ଟାଡିୟମ ରୁଟ୍ରେ ରାଜଭବନ ଯାଏ, ଜୟଦେବବିହାର ଆରପଟ ପାଶ୍ୱର୍ରେ ଜାଭିୟର, କଳିଙ୍ଗ ହସ୍ପିଟାଲ, ଡମଣା, ପଟିଆ ଦେଇ ନନ୍ଦନକାନନ ଯାଏଁ ଭାରୀଯାନ ଗଡି଼ବନି ।
ଖଣ୍ଡଗିରି ଛକଠାରୁ ପୋଖରୀପୁଟ ଯାଏ ଫାୟାର ଷ୍ଟେସନ ଛକଠୁ ଗଙ୍ଗନଗର ରୁଟ୍ରେ ଶିଶୁଭବନ ଛକ ଓ ସିଆରପି ଛକଠୁ ଡିଏଭି ସ୍କୁଲ୍ ୟୁନିଟ୍-୮ ରାସ୍ତା ଯାଏ ଭାରୀଯାନ ଚଳାଚଳ କରିବନି । ଆଚାର୍ଯ୍ୟ ବିହାର ଛକଠୁ ନିକୋ ପାର୍କ ଦେଇ ଏଜି ଛକ, ଅପରପାଶ୍ୱର୍ରେ ସୈନିକ ସ୍କୁଲ୍ ଦେଇ କଳିଙ୍ଗ ହସ୍ପିଟାଲ୍ ଛକ, ବାଣୀବାହାର ଛକରୁ ଜନପଥରେ ଶିଶୁ ଭବନ ଏବଂ ରସୁଲଗଡ଼ ଛକରୁ କଟକ ରୋଡ଼ ଦେଇ ଲିଙ୍ଗିପୁର ଛକ ଯାଏଁ ଗୋଟିଏ ବି ଭାରୀଯାନ ଗଡ଼ିବନି ।
ସେହିପରି ରସୁଲଗଡ଼ ଛକ ଠାରୁ ଲିଙ୍ଗିପୁର ଛକ ଏବଂ ଏହାକୁ ସଂଯୋଗ କରୁଥିବା ଆଖପାଖ ରାସ୍ତା (ବମିଖାଲ, ଲକ୍ଷ୍ମୀସାଗର, କଳ୍ପନା, ରବି ଟକିଜ୍ ଓ ସାମନ୍ତରାପୁର ଛକ ସଂଲଗ୍ନ ରାସ୍ତା)ରେ ଭାରୀ ଯାନକୁ ବାରଣ କରାଯାଇଛି । ବାଣୀ ବିହାର ଛକରୁ ଶିଶୁ ଭବନ ଛକ ଏବଂ ଏହାକୁ ସଂଯୋଗ ରାସ୍ତାରେ କଟକଣା ରହିବ ।
ଅନ୍ୟପଟେ,କଟକ ପଟୁ ଖୋର୍ଦ୍ଧା ଆଡ଼କୁ ଆସୁଥିବା ଭାରୀ ଯାନ ଗୁ଼ଡ଼ିକ ବାଲିକୁଦା ଦେଇ ପିତାପଲ୍ଲୀ ଯିବେ । ଆବଶ୍ୟକ ତଳେ ପିତାପଲ୍ଲୀ ଛକ ଓ ବିରୂପା ବ୍ରିଜ୍ ଠାରୁ ଭାରୀ ଯାନ ଗୁଡ଼ିକର ଚଳାଚଳ ନିଷେଧ କରାଯିବ ।
ନୟାପଲ୍ଲୀ ରାବଣ ପୋଡ଼ି ସମୟରେ ଏନ୍ଏଚ୍-୧୬ ଦେଇ କଟକରୁ ଆସୁଥିବା ଗାଡ଼ି (ଭାରୀ ଯାନ ବ୍ୟତୀତ) ଜୟଦେବ ବିହାର ଠାରୁ ବାମ ପାର୍ଶ୍ଵ ରାସ୍ତା ଦେଇ ବେହେରା ସାହି, ଶାସ୍ତ୍ରୀ ନଗର, ପାୱାର ହାଉସ ଏବଂ ୟୁନିଟ୍-୮ ଦେଇ ଫାୟାର ଷ୍ଟେସନ ଛକ ଆଡ଼କୁ ଯିବେ । ସେହିପରି ସିଆରପି ଛକରୁ ଏକାମ୍ର କାନନ ଦେଇ ବିଜୁ ପଟ୍ଟନାୟକ କଲେଜ ଦେଇ ଜୟଦେବ ବିହାର ଯାଇ ପାରିବେ ।

Comments are closed.