ନୂଆଦିଲ୍ଲୀ: ଉତ୍ତର କାଶ୍ମୀରର କୁପୱାଡ଼ା ଜିଲ୍ଲା ଅଧୀନସ୍ଥ ମଚ୍ଛଲ ସେକ୍ଟରର ଏଲ୍ଓସିରେ ପାକିସ୍ତାନୀ ବର୍ଡର ଆକ୍ସନ ଟିମ୍ (ବ୍ୟାଟ୍) ଆକ୍ରମଣକୁ ପଣ୍ଡ କରିଦେଇଛି ଭାରତୀୟ ସେନା। ପ୍ରତିରକ୍ଷା ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ ପାକିସ୍ତାନ ସେନାର ସ୍ବତନ୍ତ୍ର ଅଧିକାରୀ ଏବଂ ଗ୍ରୁପ୍ କମାଣ୍ଡୋ ସମେତ ଆତଙ୍କବାଦୀମାନେ କମକଡ଼ି ସେକ୍ଟରରେ ଆକ୍ରମଣ ଉଦ୍ୟମ କରିଥିଲେ। ୩ ପାକିସ୍ତାନୀ ଅନୁପ୍ରବେଶକାରୀ ତ୍ରେଗାମ ସେକ୍ଟରର କମକଡ଼ି ପୋଷ୍ଟ୍ ନିକଟରେ ଥିବା ଫରୱାର୍ଡ ପୋଷ୍ଟ୍ ଉପରକୁ ଗ୍ରେନେଡ୍ ମାଡ଼ କରିବା ସହ ଗୁଳିବର୍ଷା କରିଥିଲେ। ଏହାର ଜବାବ ଦେଇ ଭାରତୀୟ ସେନାବାହିନୀ ପକ୍ଷରୁ ପାଲଟା ଗୁଳିଚାଳନା କରାଯାଇଥିଲା। ପ୍ରାୟ ୩ ଘଣ୍ଟା ଧରି ଗୁଳି ବିନିମୟ ଜାରି ରହିଥିଲା। ସୁରକ୍ଷାକର୍ମୀଙ୍କ ଗୁଳିମାଡ଼ରେ ଜଣେ ପାକିସ୍ତାନୀ ଅନୁପ୍ରବେଶକାରୀ ନିପାତ ହୋଇଛି ଏବଂ ଅନ୍ୟ ୨ଜଣ ପିଓକେକୁ ଫେରିଯିବାକୁ ବାଧ୍ୟ ହୋଇଛନ୍ତି। ଅନ୍ୟପକ୍ଷେ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କ ଗୁଳିମାଡ଼ରେ ଜଣେ ଯବାନ ସହିଦ ହୋଇଛନ୍ତି ଏବଂ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ଆହତ ହୋଇଛନ୍ତି। ସମସ୍ତେ ଏବେ ଶ୍ରୀନଗର ମିଲିଟାରି ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ଜଣେ ଯବାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କୁହାଯାଇଛି।
Comments are closed.