ପସନ୍ଦ ଆସୁଛି ଟ୍ରେଲର

0

ଧଡକ -୨ ପାଇଁ ଦର୍ଶକଙ୍କ ଭିତରେ ଖୁବ ଆଗ୍ରହ ଦେଖିବାକୁ ମିଳୁଛି । ନିକଟରେ ରିଲିଜ୍‌ ହୋଇଥିବା ଟ୍ରେଲର ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଥିବା ଜଣାପଡିଛି । ଏହି ରୋମାଣ୍ଟିକ ଡ୍ରାମାରେ ତ୍ରିପ୍ତି ଡିମ୍ରି ଓ ସିଦ୍ଧାର୍ଥ ଚତୁର୍ବେଦୀଙ୍କୁ ଦେଖିବାକୁ ମିଳିବ । ଉଭୟଙ୍କ ଅଭିନୟକୁ ଦର୍ଶକ ଖୁବ ପସନ୍ଦ କରୁଥିବା ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଫିଲ୍ମଟି ୨୦୧୮ରେ ରିଲିଜ୍‌ ହୋଇଥିବା ଧଡକ ଫିଲ୍ମର ସିକ୍ୟୁଏଲ । ରିଲିଜ୍‌ ହୋଇଥିବା୩ ମିନିଟ୍‌ର ଟ୍ରେଲରକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ଏହା ଏକ ରୋମାଣ୍ଟିକ୍‌ ଫିଲ୍ମ ଯେଉଁଥିରେ ଏକ ସୁନ୍ଦର ପ୍ରେମ କାହଣୀକୁ ବର୍ଣ୍ଣନା କରାଯାଇଛି । କ୍ଲାସ୍‌ ରୁମ୍‌ରୁ ଦେଖାରୁ ପ୍ରେମକୁ ସଫଳ କରାଇବାକୁ ଉଭୟ ଲଢିଥିବା ଲଢେଇକୁ ନେଇ କାହାଣୀ ଗତିଶୀଳ । ଏଥିରେ କଲେଜ ପ୍ରେମକୁ ଖୁବ ସୁନ୍ଦରଭାବେ ଚିତ୍ରଣ କରାଯାଇଛି । ସୋସିଆଲ ମିଡିଆରେ ଲୋକମାନେ ଟ୍ରେଲରର ଖୁବ ପ୍ରଶଂସା କରୁଥିବା ଦେଖିବାକୁ ମିଳୁଛି ।

Leave A Reply

Your email address will not be published.