ଦକ୍ଷିଣ ଫିଲ୍ମ ଇଣ୍ଡଷ୍ଟ୍ରୀର ପ୍ରସିଦ୍ଧ ନିର୍ଦ୍ଦେଶକ ଏସ୍ଏସ୍ ରାଜମୌଲୀଙ୍କ ବାହୁବଳି ସିରିଜ୍ ଭାରତୀୟ ସିନେମା ଇତିହାସରେ କ୍ରାନ୍ତିକାରୀ ବୋଲି ବିବେଚନା କରାଯାଉଛି, ଯାହାର ଯାଦୁ ଆଜି ବି ସିନେପ୍ରେମୀଙ୍କ ହୃଦୟରେ ରାଜ୍ କରୁଛି । ତେବେ କିଛି ଦିନ ଧରି ବାହୁବଳିର ତୃତୀୟ ଭାଗ ଆସୁଥିବା ନେଇ ଚର୍ଚ୍ଚା ଚାଲିଛି । ଏହି ଫିଲ୍ମର ନାମ ରଖାଯାଇଛି ବାହୁବଳି-ବିଫୋର ଦ ବିଗିନିଙ୍ଗ୍ । ଏପରି ମଧ୍ୟ କୁହାଯାଉଛି ଯେ ଏହା ଏକ େୱବ୍ ସିରିଜ୍ ହେବ । ଏଥିସହ ନେଟ୍ଫ୍ଲିକ୍ସର ଆସୁଥିବା ଏହି ସିରିଜ୍ରେ ସାଉଥ୍ ଇଣ୍ଡଷ୍ଟ୍ରୀର ଲେଡି ସୁପରଷ୍ଟାର କୁହାଯାଉଥିବା ଅଭିନେତ୍ରୀ ନୟନତାରା ସାମିଲ ହୋଇଛନ୍ତି ବୋଲି ରିପୋର୍ଟ ସାମ୍ନାକୁ ଆସିଛି । ମିଡିଆ ରିପୋର୍ଟ ଅନୁଯାୟୀ ନୟନତାରା ବାହୁବଳି-ବିଫୋର ଦ ବିଗିନିଙ୍ଗ୍ େୱବ୍ ସିରିଜ୍ ଜରିଆରେ ପ୍ରଥମ ଥର ଡିଜିଟାଲରେ କାମ କରି ଓଟିଟି ଡେବୁ୍ୟ କରିବାକୁ ଯାଉଛନ୍ତି । ହେଲେ ଏପର୍ଯ୍ୟନ୍ତ ଏନେଇ କୌଣସି ଅଫିସିଆଲି ଘୋଷଣା ହୋଇନାହିଁ କିନ୍ତୁ ସୋସିଆଲ ମିଡିଆରେ ନୟନତାରା ଏବଂ ବାହୁବଳି ଫ୍ରାଞ୍ଚାଇଜିର ପ୍ରଶଂସକମାନେ ଏହି ଖବରକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି । ତେବେ ଏହି ସିରିଜ୍ରେ ନୟନତାରାଙ୍କ କଣ ଭୂମିକା ରହିବ ସେନେଇ ସ୍ପଷ୍ଟ କିଛି ଜଣାପଡ଼ିନାହିଁ । ହେଲେ ନୟନତାରାଙ୍କ ନାମ ଶିବଗାମୀ ରୋଲ୍ ପାଇଁ ଚର୍ଚ୍ଚା କରାଯାଉଛି । ସମ୍ପୂର୍ଣ୍ଣ ସିରିଜ୍ର କାହାଣୀ ମାହିଷ୍ମତିର ରାଣୀ ଶିବଗାମୀଙ୍କ ଉପରେ ଆଧାରିତ ହେବ । ଏହି କାହାଣୀ ଆନନ୍ଦ ନୀଲକେତନଙ୍କ ପୁସ୍ତକ ବାହୁବଳି-ବିଫୋର ଦ ବିଗିନିଙ୍ଗ୍- ରାଇଜ୍ ଅଫ୍ ଶିବଗାମୀ ସହ ଜଡ଼ିତ । ଏ ସିରିଜ୍ ସମ୍ପର୍କରେ ଘୋଷଣା ୨୦୧୮ରେ ହୋଇଥିଲା । ସେପଟେ ମୌସୁମୀ ଶେଷ ହେବା ପରେ ପ୍ରଡକ୍ସନ ହାଉସ୍ ମାହିଷ୍ମତିର ଭବ୍ୟ ସେଟ୍ ନିର୍ମାଣ କରିବ ବୋଲି ସୂତ୍ରରୁ ଜଣାପଡ଼ିଛି । ସେପଫମ୍ବର ସୁଦ୍ଧା ଏହି ସିରିଜ୍ ଫ୍ଲୋରକୁ ଆସିବ ବୋଲି ଆଶା କରାଯାଉଛି ।

Comments are closed.