ନୂଆ ସିଇସି ଭାବେ ଦାୟିତ୍ବ ନେଲେ ଜ୍ଞାନେଶ କୁମାର

ନୂଆଦିଲ୍ଲୀ : ଅବସରପ୍ରାପ୍ତ ଆଇଏଏସ୍‌ ଅଫିସର୍‌ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିସନର (ସିଇସି) ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ସିଇସି ପଦରୁ ରାଜୀବ କୁମାର ଗତକାଲି ଅବସର ନେଇଥିବା ବେଳେ ଆଜି ଜ୍ଞାନେଶ କୁମାର ମୁଖ୍ୟ ନିର୍ବାଚନ କମିସନର ଦାୟିତ୍ବ ନେଇଛନ୍ତି। ଦାୟିତ୍ବ ଗ୍ରହଣ କରିବା ପରେ ୬୧ ବର୍ଷୀୟ ଜ୍ଞାନେଶ କୁମାର ପ୍ରଥମ ଟିପ୍ପଣୀ ଦେଇ କହିଛନ୍ତି ଯେ ଦେଶ ଗଠନ ଦିଗ‌ରେ ପ୍ରଥମ ପଦକ୍ଷେପ ହେଉଛି ଭୋଟ୍‌ ଗ୍ରହଣ। ତେଣୁ ଦେଶର ପ୍ରତି ନାଗରିକ ୧୮ ବର୍ଷ ହେଲେ ଜଣେ ଭୋଟର ହେବା ଉଚିତ ଏବଂ ସବୁବେଳେ ଭୋଟ୍‌ ଦେବା ଉଚିତ। ନିର୍ବାଚନ କମିସନ୍‌ର ସଦସ୍ୟଙ୍କ ନିଯୁକ୍ତି ନେଇ ଆସିଥିବା ନୂଆ ଆଇନ ଅଧୀନରେ ନିଯୁକ୍ତି ପାଇବାରେ ଜ୍ଞା‌ନେଶ କୁମାର ହେଉଛନ୍ତି ପ୍ରଥମ ମୁଖ୍ୟ ନିର୍ବାଚନ କମିସନର। ୨୦୨୯ ଜାନୁଆରି ୨୬ ତାରିଖ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟକାଳ ରହିବ । ଏହା ସହିତ ୧୯୮୯ ବ୍ୟାଚ୍‌ ହରିୟାଣା କାଡର୍‌ର ଆଇଏଏସ୍‌ ଅଫିସର ବିବେକ ଯୋଶୀ ମଧ୍ୟ ନିର୍ବାଚନ କମିସନର ନିଯୁକ୍ତ ହୋଇଛନ୍ତି । ୨୦୩୧ ପର୍ଯ୍ୟନ୍ତ ସେ କାର୍ଯ୍ୟକାଳରେ ରହିବେ।

Govt

Comments are closed.