ଭାରତୀୟ ଟିମ୍ର ପୂର୍ବରତନ କ୍ୟାପ୍ଟେନ ଏମ୍ଏସ ଧୋନି କେବଳ ପଡିଆ ନୁହେଁ ବର୍ତ୍ତମାନ ପରଦାରେ ମଧ୍ୟ ଦର୍ଶକଙ୍କ ହୃଦୟରେ ରାଜ କରିବେ । ସୂଚନା ଅନୁସାରେ ଖୁବଶୀଘ୍ର ଏମ୍ଏସ୍ ଧୋନି ଓ ଆର୍ ମାଧବନଙ୍କୁ ଏକାଠି ପରଦାରେ ଦେଖିବାକୁ ମିଳିବ । ଅଭିନେତା ଆର ମାଧବନ ନିଜ ସୋସିଆଲ ମିଡିଆରେ ଏକ ଟିଜର ରିଲିଜ କରିଛନ୍ତି । ଯେଉଁଥିରେ ଧୋନି ଏବଂ ସେ ବ୍ଲାକ୍ ଆଉଟଫିଟ୍ରେ ନଜର ଆସୁଛନ୍ତି । ଏଥିରେ ଉଭୟଙ୍କର ଆକସନ୍ ଦେଖିବାକୁ ମିଳୁଛି, ଉଭୟ ହାତରେ ଗନ୍ ଧରି ଫାୟାରିଂ କରୁଥିବା ଟିଜରରେ ଦେଖିବାକୁ ମିଳୁଛି । ତେବେ ଟିଜରରୁ ଏହା ଜଣାପଡୁ ନାହିଁ କି ଏହା ଏକ ଟିଜର କି ଫିଲ୍ମ କି ଏକ ବିଜ୍ଞାପନ । ହେଲେ ଉଭୟଙ୍କର ଆକସନ୍ ଭିଡିଓକୁ ସୋସିଆଲ ମିଡିଆରେ ଖୁବ ପ୍ରଶଂସା ମିଳୁଥିବା ଦେଖିବାକୁ ମିଳୁଛି । ପୂର୍ବରୁ ଧୋନିଙ୍କୁ ଅନେକ ବିଜ୍ଞାପନରେ ଦେଖିବାକୁ ମିଳିଛି । ଦର୍ଶକ ତାଙ୍କୁ ପରଦାରେ ମଧ୍ୟ ଖୁବ ଭଲପାଇବା ଦେଇଥାଆନ୍ତି । ସେହିଭଳି ଅଭିନେତା ମାଧବନଙ୍କୁ ଫିଲ୍ମ ଆପ ଜେସା କୋଇ ନେହିଁରେ ଦେଖିବାକୁ ମିଳିଥିଲା । ଏହା ବ୍ୟତିତ ଆଗକୁ ତାଙ୍କୁ ଫିଲ୍ମ ଧୁରନ୍ଦରରେ ମଧ୍ୟ ଦେଖିବାକୁ ମିଳିବ, ଯାହା ଡିସେମ୍ବର ୫ରେ ପରଦାକୁ ଆସିବ । ଏହି ଫିଲ୍ମରେ ରଣବୀର ସିଂ, ଅକ୍ଷୟ ଖନ୍ନା, ସଞ୍ଜୟ ଦତ୍ତ ପ୍ରମୁଖ ନଜର ଆସିବେ । ଏହାକୁ ଆଦିତ୍ୟ ଧର ନିର୍ଦ୍ଦେଶନା ଦେଇଛନ୍ତି ।

Comments are closed.