ଶ୍ରଦ୍ଧା କପୁରଙ୍କୁ ଖୁବଶୀଘ୍ର ଆଉ ଏକ ନୂଆ ଫିଲ୍ମରେ ଦେଖିବାକୁ ମିଳିବ । ନିର୍ଦ୍ଦେଶକ ଲକ୍ଷମନ ଉଟେକରଙ୍କ ପ୍ରୋଜେକଫରେ ଲିଡ୍ ରୋଲରେ ଶ୍ରଦ୍ଧା ନଜର ଆସିବେ ବୋଲି ଆଲୋଚନା ଆରମ୍ଭ ହୋଇଛି । ଫିଲ୍ମର ସୁଟିଂ ଖୁବଶୀଘ୍ର ଆରମ୍ଭ ହେବାନେଇ ମଧ୍ୟ ସୂଚନା ମିଳିଛି । ନଭେମ୍ବର ମାସରେ ଏହାର ସୁଟିଂ ଆରମ୍ଭ ହେବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଏଥିରେ ଶ୍ରଦ୍ଧାଙ୍କୁ ଜଣେ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଭୂମିକାରେ ଦେଖିବାକୁ ମିଳିବ । ଯେଉଁଥିପାଇଁ ଶ୍ରଦ୍ଧା ନିଜର ପ୍ରସ୍ତୁତି ଏବେଠାରୁ ଆରମ୍ଭ କରିଛନ୍ତି । ଏଥିରେ ଶ୍ରଦ୍ଧାଙ୍କୁ ମହାରାଷ୍ଟ୍ର ପରମ୍ପରାର ଏକ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ନଜର ଆସିବେ । ନୃତ୍ୟ ଶିଖିବାପାଇଁ ଶ୍ରଦ୍ଧା ବର୍ତ୍ତମାନ ଅନେକ ଡ୍ୟାନ୍ସ ଓ୍ୱାର୍କସପକୁ ମଧ୍ୟ ଯାଉଥିବାର ଦେଖିବାକୁ ମିଳୁଛି । କେବଳ ନୃତ୍ୟନୁହେଁ ଶ୍ରଦ୍ଧା ଏହି ସମୟରେ ଗୀତ ମଧ୍ୟ ଶିଖୁଥିବାର ସୂଚନା ମିଳିଛି । ଏହି ଫିଲ୍ମର ଘୋଷଣା ପରେ ଶ୍ରଦ୍ଧାଙ୍କ ଫ୍ୟାନମାନେ ଖୁବ ଖୁସି ଅଛନ୍ତି । ଶ୍ରଦ୍ଧାଙ୍କୁ ଏକ ନୂଆ ଚରିତ୍ରରେ ଦେଖିବାକୁ ସେମାନେ ଉତ୍କ=ାର ସହିତ ଅପେକ୍ଷା କରିଥିବା ସୋସିଆଲ ମିଡିଆରେ ମତ ପ୍ରକାଶ ପାଇଛି ।

Comments are closed.