ନୂଆ ଓଡିଆ ସିନେମା “ମଙ୍ଗଳପୁର ଡାଏରୀ’

ଜନ୍ମଦିନ ଅବସରରେ ନୂଆ ଚଳଚ୍ଚିତ୍ରର ନାଁ ଘୋଷଣା କରିଛନ୍ତି ଓଡିଶାର ଜଣାଶୁଣା ପ୍ରଯୋଜକ ପ୍ରମୋଦ ସ୍ୱାଇଁ । ତାଙ୍କ ପ୍ରଯୋଜନା ସଂସ୍ଥା ମହାଦେବ ପ୍ରଡକ୍ସନ୍ସର ଏହା ସପ୍ତମ ସିନେମା । ସିନେମାର ନାଁ “ମଙ୍ଗଳପୁର ଡାଏରୀ’ ଥିବାବେଳେ ଏଥିରେ ଅମ୍ଳାନ ଓ ତୃପ୍ତି ମିରାମ୍ବିକାଙ୍କୁ ମୁଖ୍ୟ ନାୟକ ଓ ନାୟିକା ଚରିତ୍ରରେ ଦେଖିବାକୁ ମିଳିବେ । ଫିଲ୍ମର ନିର୍ଦ୍ଦେଶନା ଦେବା ସହିତ ଚିତ୍ରନାଟ୍ୟ ସୁଧାଂଶୁ ମୋହନ ସାହୁ ଲେଖିଛନ୍ତି । କାହାଣୀ ଓ ସଂଳାପ ଅମିତ କୁମାର ଦାଶ ଓ ପ୍ରଣବ ପ୍ରସନ୍ନ ରଥ ରଚନା କରିଛନ୍ତି । ସଂଗୀତ ନିର୍ଦ୍ଦେଶନାରେ ଦାୟିତ୍ୱ ତୂଲାଇଛନ୍ତି ସୋମେଶ ଶତପଥୀ ଏବଂ ମିଡିଆ ପ୍ଲାନର ଭାବେ କାର୍ଯ୍ୟ କରିଛନ୍ତି ଅମରେଶ । ଅମ୍ଳାନ ଓ ତୃପ୍ତି ଦ୍ୱିତୀୟ ଥର ପାଇଁ ଏହି ଚଳଚ୍ଚିତ୍ରରେ ଏକାଠି ଅଭିନୟ କରୁଛନ୍ତି । ଦୁହିଁଙ୍କୁ ପ୍ରଥମେ ଫିଲ୍ମ “ସମୟ କହିବ କିଏ କାହାର’ରେ ଦେଖିବାକୁ ମିଳିଥିଲା । ପ୍ରମୋଦ ଏହା ପୂର୍ବରୁ ମହାଦେବ ଫିଲ୍ମସ୍‌ ବ୍ୟାନରରେ “ଦେ ମା’ ଶକ୍ତି ଦେ’ , “ତୁ ମୋ ଆଖିର ତାରା’, “ତୁ ମୋ ଗାର୍ଲଫ୍ରେଣ୍ଡ’, “ଦିଓ୍ୱାନା ଦିଓ୍ୱାନି’ ଆଦି ଫିଲ୍ମ ପ୍ରଯୋଜନା କରିଛନ୍ତି । ପ୍ରମୋଦଙ୍କ ପ୍ରଯୋଜନାରେ ନିର୍ମିତ “ଆଶିକ୍‌ ଦିଓ୍ୱାନା’ ଏବେ ମୁକ୍ତିଲାଭ ଅପେକ୍ଷାରେ ରହିଛି ।

Launching Ceremony of “AYUSHMAN BHARAT

Comments are closed.