ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ: ତ୍ବରିତ ତଦନ୍ତ ଓ କଠୋର ଦଣ୍ଡ ଉପରେ ଗୁରୁତ୍ବାରୋପ

ନୂଆଦିଲ୍ଲୀ: ଲାଲକିଲ୍ଲାରୁ ନାରୀ ସୁରକ୍ଷା ପ୍ରତି ଚିନ୍ତା ପ୍ରକଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସ୍ୱାଧୀନତାର ୭୭ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ମହିଳାଙ୍କ ପ୍ରତି ହେଉଥିବା ଅପରାଧର ଶୀଘ୍ର ତଦନ୍ତ ଏବଂ ଦୋଷୀ ବିରୁଦ୍ଧରେ କଠୋର ଦଣ୍ଡର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ମହିଳାଙ୍କ ପ୍ରତି ହେଉଥିବା ହିଂସାକୁ ନେଇ ଜନସାଧାରଣ ଅସନ୍ତୁଷ୍ଟ ଅଛନ୍ତି, ଲୋକଙ୍କ ବିଶ୍ୱାସ ଫେରାଇ ଆଣିବା ପାଇଁ ଶୀଘ୍ର ତଦନ୍ତ ଏବଂ ଦଣ୍ଡର ଆବଶ୍ୟକତା ରହିଛି। ସେ ଆହୁରି କହିଛନ୍ତି, ଏକ ସମାଜ ଭାବରେ ଆମକୁ ମହିଳାଙ୍କ ପ୍ରତି ହେଉଥିବା ଅତ୍ୟାଚାର ବିଷୟରେ ଗମ୍ଭୀର ଭାବରେ ଚିନ୍ତା କରିବାକୁ ପଡିବ। ଦେଶରେ ଏହା ବିରୋଧରେ ଅସନ୍ତୋଷ ରହିଛି। ମୁଁ ଏହି ଅସନ୍ତୋଷକୁ ଅନୁଭବ କରିପାରୁଛି। ଦେଶ, ସମାଜ ଏବଂ ରାଜ୍ୟ ସରକାରଙ୍କୁ ଏହାକୁ ଗୁରୁତର ସହ ନେବାକୁ ପଡିବ, ମହିଳାମାନଙ୍କ ବିରୁଦ୍ଧରେ ହେଉଥିବା ଅପରାଧର ତ୍ୱରିତ ତଦନ୍ତ, ଏପରି ଆସୁରିକ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ କଠୋର ଦଣ୍ଡରେ ଦଣ୍ଡିତ ହେବା ଉଚିତ୍। ସମାଜରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ।

Govt

Comments are closed.