ନିକଟରେ ଅଭିନେତ୍ରୀ କିଆରା ଆଡଭାନୀଙ୍କୁ ଏକ ପ୍ରୋଜେକଫରୁ ରିପ୍ଲେସ କରାଯାଇଥିବା ନେଇ ଚର୍ଚ୍ଚା ହେଉଛି । ତେବେ ତାଙ୍କୁ କେହି ପୁରୁଣା ହିରୋଇନ ନୁହେଁ ବରଂ ଜଣେ ନବାଗତା ଅଭିନେତ୍ରୀ ରିପ୍ଲେସ କରିଛନ୍ତି । କିଆରାଙ୍କ ସ୍ଥାନରେ ମେକର୍ସ ଅଭିନେତ୍ରୀ ଅନୀତ ପzାଙ୍କୁ ଲିଡ୍ରେ ସାଇନ କରାଇଛନ୍ତି । ଖୁବଶୀଘ୍ର ଅନୀତଙ୍କୁ ଶକ୍ତି ଶାଲିନୀରେ ଦେଖିବାକୁ ମିଳିବ । ଏନେଇ ମେକର୍ସ ଏକ ଭିଡିଓ ଜାରି କରି ଘୋଷଣା କରିଛନ୍ତି । ଏଥିରେ ଅନୀତାଙ୍କୁ ଏକ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ । ଦର୍ଶକଙ୍କୁ ତାଙ୍କ ଚରିତ୍ର ଖୁବ ପସନ୍ଦ ଆସିବ ବୋଲି ମେକର୍ସ ଆଶା ରଖିଛନ୍ତି । ଭିଡିଓରେ ଜଣେ ମହିଳା ଧଳା ଶାଢି ପିନ୍ଧି ଗୋଟିଏ ଜଙ୍ଗଲରେ ଠିଆ ହୋଇଥିବାର ଦେଖିବାକୁ ମିଳୁଛି । ଭିଡିଓଟି ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ହେଲେ କିଆରାଙ୍କ ଫ୍ୟାନଙ୍କୁ ଏହି ଖବର ଟିକେ ନିରାଶ କରିଛି । କିଆରାଙ୍କ ଭଳି ଆଗଧାଡିର ନାୟିକାଙ୍କୁ ଜଣେ ନବାଗତା ରିପ୍ଲେସ କରିଥିବାରୁ ଫ୍ୟାନଟିକେ ନିରାଶ ଅଛନ୍ତି ।
