ନବରାତ୍ରୀ ବ୍ରତର ଲାଭ

ପାର୍ବଣର ଋତୁ ଆରମ୍ଭ ହୋଇଛି । ଏହି ସମୟରେ ସମସ୍ତ ସ୍ଥାନରେ ମା ଦୁର୍ଗାଙ୍କର ଆବାହନ ସାଙ୍ଗକୁ ଅନେକ ଲୋକ ଓପାସ ବ୍ରତ ମଧ୍ୟ ରଖିଥାଆନ୍ତି । ତେବେ ଏହି ସମୟରେ ବ୍ରତ ରଖିବା ଦ୍ୱାରା ଆପଣଙ୍କୁ ମାନସିକ ସହିତ ଶାରୀରିକ ଲାଭ ମଧ୍ୟ ମିଳିଥାଏ । ନବରାତ୍ରୀ ବ୍ରତ ବିଭିନ୍ନ ଉପାୟରେ ବ୍ୟକ୍ତିର ଶରୀରକୁ ଲାଭ ପ୍ରଦାନ କରିଥାଏ । ଏହା ସେହିସମୟରେ ଶରୀରର ଡିଟକ୍ସିଫିକେସନ କରିଥାଏ । ଆମର ପ୍ରତିଦିନର ଖାଦ୍ୟରେ ତେଲମସଲା, ଛଣାଛଣି, ମିଠା ଭଳି ଅନେକ ବାହାରର ଖାଦ୍ୟ ସାମିଲ ଥାଏ । ହେଲେ ନବରାତରୀ ସମୟରେ ଅନେକ ଦିନ ଆମେ ଏଭଳି ଖାଦ୍ୟରୁ ଦୂରେଇ ଶୁଦ୍ଧ ଶାକାହାରୀ ଘରୋଇ ଖାଦ୍ୟ ଖାଇଥାଉ । ଯାହାଫଳରେ ଆମ ଶରୀରର ଡିଟକ୍ସିଫାଏ ହେବାରେ ଖୁବ ସହାୟକ ହୋଇଥାଏ । ଏହି ସମୟରେ ପ୍ରାୟ ଲୋକ ଶାଗୁ, ବାଜରା ଭଳି ଅଟାରୁ ପ୍ରସ୍ତୁତ ଖାଦ୍ୟ ଖାଇଥାଆନ୍ତି । ଯେଉଁ କାରଣରୁ ପେଟକୁ ଆରାମ ମିଳିବା ସହିତ ପାଚନ ତନ୍ତ୍ର ମଜବୁତ ହୋଇଥାଏ । ସେହିଭଳି ଏହି ଦିନେ ଖୁବ ଅଧିକ ପରିମାଣରେ ଫଳ ଖିଆଯାଇଥାଏ ତେଣୁ ଶରୀରରୁ ଉତ୍ତମ ପୋଷଣ ମିଳିଥାଏ ଏବଂ ଶରୀରରୁ ଖରାପ ପଦାର୍ଥ ବାହାରି ଯାଇଥାଏ । ଏହି ବ୍ରତ ସମୟରେ ଦହି, ବାଦାମ, ପନିର, କନ୍ଦମୂଳ, ଖଜରା, ଡାଳିମ୍ବ, ସେଓ, କମଳା, କାକୁଡି,ପଇଡ ପାଣି, ଦହି ସରବତ ଆଦି ପିଆଯାଇଥାଏ । ଏ ସମସ୍ତ ଖାଦ୍ୟ ଆମକୁ ପୋଷଣ ସହିତ ଶକ୍ତି ପ୍ରଦାନ କରିଥାଏ ।

Launching Ceremony of “AYUSHMAN BHARAT

Comments are closed.