ଭୁବନେଶ୍ୱର : ନନ୍ଦନକାନନରେ ୪ ଟି ନୂଆ ଅତିଥି I ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଅଣ୍ଡିରା ଓ ଗୋଟିଏ ମାଈ । ଏହା ସହିତ ପ୍ରଥମ ଥର ପାଇଂ ଦୁଇଟି ଲିଭିଂଷ୍ଟୋନ ଟୁରାକୋ ଆସିଛନ୍ତି। ହାଇଦ୍ରାବାଦରୁ ଜୀବଜନ୍ତୁ ବଦଳ ପ୍ରକ୍ରିୟାରେ ଆସିଥିବା ଉପନିର୍ଦ୍ଦେଶକ ସୂଚନା ଦେଇଛନ୍ତି। ୱ।ଲାବି କଙ୍ଗାରୁ ଠାରୁ ଆକାରରେ ଛୋଟ। ଏହି ପ୍ରଜାତି ଜୀବ ଅଷ୍ଟ୍ରେଲିଆ ଓ ନିୟୁ ଗୁଏନା ଅଞ୍ଚଳରେ ଦେଖିବାକୁ ମିଳିଥାଆନ୍ତି।
ଗତରାତିରେ ହାଇଦ୍ରାବାଦରୁ ଆସିଥିବା ଏହି ୪ଟି ଜୀବଜନ୍ତୁଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ରଖାଯାଇଛି I ଏହି ନୂଆ ଅତିଥି ମାନଙ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିବେ ବୋଲି ଆଶା କରାଯାଉଛି ।

Comments are closed.