ଦିଲ୍ଲୀ: ଜୁଲାଇ ୨୩: ହସ୍ପିଟାଲ ଆସିୟୁରେ ଭର୍ତ୍ତିଥିବା ଅଭିନେତ୍ରୀ ସବିତା ବଜାଜ୍ଙ୍କୁ ସାହାଯ୍ୟ କରିଛନ୍ତି ଅଭିନେତା ସୋନୁ ସୁଦ୍ । ସବିତା ଭର୍ତ୍ତି ହୋଇଥିବା ହସ୍ପିଟାଲ୍କୁ ସୋନୁ ଅକ୍ସିଜେନ୍ ସିଲିଣ୍ଡର ପଠାଇଛନ୍ତି । ସୋନୁ କହିଛନ୍ତି, ତାଙ୍କର କିଛି ପ୍ରଶଂସକ ସବିତାଙ୍କୁ ସାହାଯ୍ୟ କରିବା ନେଇ ତାଙ୍କୁ ଟ୍ୱିଟ୍ କରିଥିଲେ । ଏହାପରେ ସେ ସବିତାଙ୍କ ଆର୍ଥିକ ପରିସ୍ଥିତି ଭଲ ନଥିବା କଥା ଜାଣି ତାଙ୍କୁ ସାହାଯ୍ୟ କରିଥିଲେ ।
ଶାରୀରିକ ଅସୁସ୍ଥତା ହେବା ପୂର୍ବରୁ ସବିତାଙ୍କ ଆର୍ଥିକ ପରିସ୍ଥିତି ଖରାପ ହୋଇଯାଇଥିଲା । ଏହିପରି କି ସେ ବୃଦ୍ଧାଶ୍ରମରେ ରହିବା ପାଇଁ ଚେଷ୍ଟା ମଧ୍ୟ କରିଥିଲେ । ତେବେ ଅଭିନେତ୍ରୀ ନୂପୁର ଅଳଙ୍କାର ସବିତାଙ୍କ ଆର୍ଥିକ ପରିସ୍ଥିତି ଓ ଶାରିରୀକ ଅସୁସ୍ଥତା ଥିବା କଥା ସୋସିଆଲ୍ ମିଡିଆରେ ପ୍ରଚାର କରିବା ପରେ ଅଭିନେତ୍ରୀ ଜଣଙ୍କୁ ବିଭିନ୍ନ ସ୍ରୋତରୁ ସାହାଯ୍ୟ ମିଳିଛି । ଅଭିନେତା ସୋନୁଙ୍କ ବ୍ୟତିତ ରାଇଟ୍ ଆସୋସିଏସନ୍ ଓ ସିଆଇଏନ୍ଟିଏଏ (ସିନେ ଆଣ୍ଡ ଟେଲିଭିଜନ୍ ଆର୍ଟିଷ୍ଟ ଆସୋସିଏସନ୍) ପକ୍ଷରୁ ମଧ୍ୟ ସବିତାଙ୍କୁ ଆର୍ଥିକ ସାହାଯ୍ୟ ମିଳିଛି ।

Comments are closed.