ସାମଗ୍ରୀ – ଗୋଟିଏ କପ ଇଡିଲ୍ ଆଣ, ୬ଚାମଚ ଗୁଣ୍ଡ ଗୁଡ, ଅଳ୍ପ କିଛି ଗୁଜୁରାତି ଗୁଣ୍ଡ, ଅଧା ଖଣ୍ଡ କଟା କଦଳୀ, ଏକ କପ ନଡିଆ ରସ ।
ପ୍ରଣାଳୀ – ପ୍ରଥମେ ପିଠା ଆଣରେ କଦଳୀ, ଗୁଜୁରାତି ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଗୁଡ ମିଶାଇ ନିଅନ୍ତୁ । ଏହାକୁ ଇଡିଲ୍ ଛାଞ୍ଚରେ ଦେଇ ଇଡିଲ୍ ପ୍ରସ୍ତୁତ କରି ନିଅନ୍ତୁ । ଏହାପରେ ଏକ ପାତ୍ରରେ ନଡିଆ ରସକୁ ଗରମ କରନ୍ତୁ । ସେଥିରେ ଗୁଡ ମିଶାଇ ଅଳ୍ପ ସମୟ ପାଇଁ ଫୁଟାନ୍ତୁ । ଗୁଡ ନଡିଆ ରସରେ ମିଶିବା ପରେ ଏକ ସସ୍ ପ୍ରସ୍ତୁତ ହୋଇଯିବ । ଏହି ସସ୍କୁ ପୂର୍ବ ପ୍ରସ୍ତୁତ ଇଡିଲ୍ ସହ ପରଷନ୍ତୁ ।

Comments are closed.