ଭୁବନେଶ୍ୱର : ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ବଡ଼ ସୂଚନା । ନକଲି ଜବ କାର୍ଡଧାରୀଙ୍କୁ ରୋକିବ ଧରିବ ଇ-କେୱାଇସି । ଫେକ୍ କାର୍ଡଧାରୀଙ୍କୁ ଧରିବାକୁ ଆରମ୍ଭ ହେବ ଇ-କେୱାଇସି । ଯେଉଁ ମାନେ ୩ ମାସ ଭିତରେ ଇ-କେୱାଇସି କରିବେ ନାହିଁ ସେମାନଙ୍କର ଜବ୍ କାର୍ଡ କଟାଯିବ । ଏହାଦ୍ୱାରା ପ୍ରକୃତ ହିତାଧିକାରୀ ଜବ କାର୍ଡ ପାଇବେ । ସରକାର ଲାଭବାନ ହେବେ ।
ମନ୍ତ୍ରୀ କହିଛନ୍ତି ,ସରକାର ବାହାର କରିଛନ୍ତି ଫେକ୍ ଜବ୍ କାର୍ଡ । ଏହାର ଅଧିକାରୀ କିଏ ଥିଲେ, ଯିଏ ଶାସନ କରୁଥିଲେ ଉତ୍ତର ଦେବେ । ସରକାର ବର୍ଷେ ଭିତରେ ୨ ଲକ୍ଷ ଜବ୍ କାର୍ଡ ଦେଇଛନ୍ତି ।
ସୂଚନାନୁସାରେ,ଗତକାଲି ଲୋକସଭାରେ ଟିଏମସି ସାଂସଦ ମାଳା ରାୟଙ୍କ ପ୍ରଶ୍ନରେ ଚାଞ୍ଚଲ୍ୟକର ଲିଖିତ ଉତ୍ତର ରଖିଛନ୍ତି କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ କମଲେଶ ପାଶୱାନ୍ । ସେ କହିଥିଲେ ନକଲି ଜବ କାର୍ଡ ହାତେଇବାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି । ପ୍ରଥମରେ ବିହାର । ତିନି ନମ୍ବରରେ ଆସାମ, ଚାରି ନମ୍ବରରେ ଛତିଶଗଡ଼ ଥିବା ବେଳେ ପାଞ୍ଚ ନମ୍ବରରେ ରହିଛି ତାମିଲନାଡୁ । ୨୦୨୪-୨୫ ବର୍ଷରେ ଓଡିଶାରୁ ୭ ହଜାର ୫୬୬ ନକଲି ଜବ କାର୍ଡ ଧରାପଡ଼ିଛି ।