ନୂଆଦିଲ୍ଲୀ: ସିଆର୍ପିଏଫ୍ ( ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ଏହାର ୩.୨୫ ଲକ୍ଷରୁ ଅଧିକ କର୍ମଚାରୀଙ୍କୁ ଏକ ଅଣସ୍ବୀକୃତ ମୋବାଇଲ୍ ଆପ୍କୁ ନେଇ ସତର୍କ କରାଇଛି । ସିଆରପିଏଫ୍ର ପ୍ରକୃତ ଅନ୍ଲାଇନ ପ୍ଲାଟଫର୍ମକୁ ଏହି ଆପ୍ ନକଲ କରିଥିବା ନେଇ ସିଆରପିଏଫ୍ ନିଜର କର୍ମଚାରୀଙ୍କୁ ସତର୍କ କରିଛି। ‘ସମ୍ଭବ ଆପ୍ଲିକେସନ୍ ରାଇଟର୍’ନାଁରେ ଥିବା ଏହି ଆପ୍କୁ ହ୍ବାଟ୍ସଆପ୍ ଏବଂ ୟୁଟୁବ ସମେତ ବିଭିନ୍ନ ସୋସିଆଲ ମିଡିଆ ମଞ୍ଚରେ ପ୍ରଚାର କରାଯାଉଛି। ଏନେଇ ଆଇଟି ମନ୍ତ୍ରାଳୟ ପକ୍ଷରୁ ଏକ ଉପଦେଶାବଳୀ ଜାରି ହୋଇଛି। ଏହି ଆପ୍କୁ ଅନଲାଇନ୍ ପ୍ଲେ ଷ୍ଟୋର୍ରୁ ହଟାଇବାପାଇଁ ସିଆରପିଏଫ୍ ସରକାରୀ ସାଇବର ସିକ୍ୟୁରିଟି ସଂସ୍ଥାକୁ କହିଛି। ଉଲ୍ଲେଖଯୋଗ୍ୟ, ସିଆରପିଏଫ୍ର ମୂଳ ଏବଂ ବାସ୍ତବ ଆପ୍ ହେଉଛି ‘ସିଆରପିଏଫ୍ ସମ୍ଭବ’। ଏହାକୁ ଯବାନ ଏବଂ ଅନ୍ୟ କର୍ମଚାରୀମାନେ ସେମାନଙ୍କ ବ୍ୟକ୍ତିଗତ ଏବଂ ପ୍ରଶାସନିକ କାରଣ ପାଇଁ ବ୍ୟବହାର କରନ୍ତି। ନକଲି ଆପ୍କୁ ଡାଉନଲୋଡ୍ ନକରିବାପାଇଁ ସିଆରପିଏଫ୍ ପକ୍ଷରୁ ସତର୍କ କରାଯାଇଛି।
