ଦୟା ନଦୀରୁ ନାବାଳକର ମୃତଦେହ ଉଦ୍ଧାର

ଭୁବନେଶ୍ୱର : ଗତକାଲି ଅପରାହ୍ନରୁ ଦୟା ନଦୀରେ ଭାସି ନିଖୋଜ ଥିବା ନାବାଳକର ମୃତଦେହ ଉଦ୍ଧାର । ଗତକାଲି ରାତିରୁ ଅଗ୍ନିଶମ ଓ ଓଡ୍ରାଫ ଟିମ ୪ ଘଣ୍ଟା ଧରି ସର୍ଚ୍ଚ ଅପରେସନ ଜାରି ରଖିଥିଲା । ଆଜି ସକାଳେ ନାବାଳକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ତାଙ୍କ ନାଁ ସୁମିତେନ୍ଦ୍ର I ସେ ଭୁବନେଶ୍ୱର ଇନ୍ଦିରା କଲୋନୀରେ ରହୁଥିଲେ I

ଘଟନାନୁସାରେ,ଗତକାଲି ସୁମିତେନ୍ଦ୍ର ଅନ୍ୟ ୩ଜଣ ସାଙ୍ଗଙ୍କ ସହିତ ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁର ନିକଟଦୟା ନଦୀକୁ ମାଛ ଧରିବାକୁ ଯାଇଥିଲେ I ଏହି ସମୟରେ ସୁମିତେନ୍ଦ୍ର ମାଛ ମାରିବା ପାଇଁ ପାଣିକୁ ଡେଇଁ ପଡ଼ିଥିଲେ I ତେବେ ପାଣିର ସ୍ରୋତ ଅଧିକ ଥିବାରୁ ସେ ଭାସି ଯାଇଥିଲେ I

ଏହା ଦେଖି ଅନ୍ୟ ୩ ସାଙ୍ଗ ଭୟଭୀତ ହୋଇ ଆସି ଖବର ଦେବାରୁ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ। ହେଲେ କୌଣସି ପତ୍ତା ମିଳିନଥିଲା। ଅନ୍ଧାର ଯୋଗୁ ସର୍ଚ୍ଚ ଅପରେସନ୍‌ ମଧ୍ୟ ହୋଇପାରି ନଥିଲା।ତେବେ ଆଜି ସକାଳେ ପୁଣି ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ସୁମିତେନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି।

Launching Ceremony of “AYUSHMAN BHARAT

Comments are closed.