ଦେଶରେ ଦୈନିକ ପଜିଟିଭ ହାର ୫ ପ୍ରତିଶତ ଟପିଲା

ନୂଆଦିଲ୍ଲୀ: ଦେଶରେ ଦୈନିକ ପଜିଟିଭ ହାର ୫ ପ୍ରତିଶତ ଟପିଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ପୁଣି ୬୧୫୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଦେଶରେ ସକ୍ରିୟ ମାମଲା ୩୧,୧୯୪ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ ହାର ୫.୬୩ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ ହାର ୩.୪୭ ପ୍ରତିଶତ। ଗତ ୨୪ ଘଣ୍ଟାରେ ୯ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ମୋଟ୍ ମୃତ୍ୟୁସଂଖ୍ୟା ୫,୩୦,୯୫୪। ଦେଶରେ କରୋନା ସଂକ୍ରମଣ ବଢ଼ୁଥିବାରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ଗତକାଲି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସ୍ବାସ୍ଥ୍ୟ ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ରାଜ୍ୟମାନେ ଏମର୍ଜେନ୍ସି ହଟ୍ସ୍ପଟ୍ ଚିହ୍ନଟ କରିବା ସହ ଟେଷ୍ଟିଂ ବୃଦ୍ଧି କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ୫ ଟି ରଣନୀତି ତଥା ଟେଷ୍ଟ, ଟ୍ରାକ, ଟ୍ରିଟ୍ , କରୋନା ଟିକାକରଣ, କରୋନା ନିୟମାବଳି ପାଳନ କରିବାପାଇଁ ସ୍ବାସ୍ଥ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Launching Ceremony of “AYUSHMAN BHARAT

Comments are closed.