ନୂଆଦିଲ୍ଲୀ : ପଳାତକ ବ୍ୟବସାୟୀ ତଥା ପୂର୍ବତନ ଆଇପିଏଲ ମୁଖ୍ୟ ଲଳିତ ମୋଦୀଙ୍କ ଭାଇ ସମୀର ମୋଦୀଙ୍କୁ ଦିଲ୍ଲୀ ପୁଲିସ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି। ଗୁରୁବାର ସନ୍ଧ୍ୟାରେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସମୀର ଗିରଫ ହୋଇଛନ୍ତି। ଜଣେ ମହିଳା ୫ ଦିନ ତଳେ ଦିଲ୍ଲୀ ପୁଲିସ ନିକଟରେ ଏନେଇ ଅଭିଯୋଗ କରିଥିଲେ ଏବଂ ସମୀରଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ବୋଲି ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି। ମହିଳାଙ୍କ ଅଭିଯୋଗ ଆଧାରରେ ସମୀର ମୋଦୀଙ୍କ ବିରୋଧରେ ଏକ ଦୁଷ୍କର୍ମ ମାମଲା ରୁଜୁ ହୋଇଛି ଏବଂ ସେ ଗିରଫ ହୋଇଛନ୍ତି। ସମୀର ମୋଦୀ ହେଉଛନ୍ତି ମୋଦିକେୟାର୍ର ମ୍ୟାନେଜିଂ ଡାଇରେକ୍ଟର।

Comments are closed.